ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯେପର୍ଯ୍ୟନ୍ତ ୭୦ ପ୍ରତିଶତ ଲୋକଙ୍କୁ ଟୀକାକରଣ ନ ହୋଇଛି ସେପର୍ଯ୍ୟନ୍ତ କରୋନା ମାହାମାରୀ ଶେଷ ହେବନି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୟୁରୋପିଆନ୍ ନିର୍ଦ୍ଦେଶକ ଚେତାବନୀ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୟୁରୋପ ରିଜନାଲ ଡିରେକ୍ଟର ହ୍ୟାନ୍ସ କ୍ଲୁଗ କହିଛନ୍ତି କି, ଭାଇରସର ନୂତନ ଷ୍ଟ୍ରେନର ମାମଲା ବୃଦ୍ଧି ମଧ୍ୟ ଚିନ୍ତାର ବିଷୟ । ସେଥିପାଇଁ ଅଧିକ ସଂଖ୍ୟକ ଟୀକାକରଣ କରିବା ଉଚିତ୍ ।
ଯେତେବେଳେ ଟୀକା କରୋନା ଭାଇରସର ମ୍ୟୁଟେଶନ ବିରୋଧରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ଏହାପରେ ବି ଲୋକଙ୍କୁ ସତର୍କ ରହିବା ଉଚିତ୍ । ଏହାସହିତ ସାମାଜିକ ଦୁରତା ଅବଲମ୍ବନ କରିବା ଏବଂ ମାସ୍କ ପିନ୍ଧିବା ଉଚିତ୍ ।
ସେ ଆହୁରି ମଧ୍ୟ କହିଛନ୍ତି କି, ଏବେ ବି ବହୁ ଧୀମା ଗତିରେ ଟୀକାକରଣ ଚାଲିଛି । ଏହାର ଗତିକୁ ବଢାଇବା ଉଚିତ୍ । ଟୀକାକରଣ ସଂଖ୍ୟାକୁ ବଢାଇବା ଆବଶ୍ୟକ ।