ନୂଆଦିଲ୍ଲୀ (ଏଟିଆର ବ୍ୟୁରା) : ସାରା ବିଶ୍ୱ ଏବେ କରୋନାକୁ ନେଇ ହନ୍ତସନ୍ତ ହେଉଥିବା ବେଳେ କରୋନା ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧକୁ ନେଇ ଏବେ ସବୁ ଦେଶ ଚିନ୍ତାରେ । କରୋନାର ଚିକିତ୍ସା ପାଇଁ ଏବେ ବ୍ୟବହାର କରାଯାଉଥିବା ଔଷଧକୁ ନେଇ ଆମେରିକା ଓ ଭାରତ ମଧ୍ୟରେ ମଧ୍ୟ ଏଇ ନିକଟରେ ବିବାଦ ଦେଖା ଦେଇଥିଲା । ଭାରତରେ ତିଆରି ହେଉଥିବା ହାଇଡ୍ରୋ କ୍ଲୋରକ୍ୱିନ ଟାବଲେଟରେ ଆମେରିକା କରୋନା ଚିକିତ୍ସା କରୁଛି ।
ଏଥିପାଇଁ ଭାରତ ଆମେରିକାକୁ ଏହି ଔଷଧ ଦେବାକୁ ଦାବି କରିଥିଲା । ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏବେ ଆମେରିକା ୧୦ ଟି ଔଷଧକୁ ନେଇ କରୋନା ଚିକିତ୍ସା କରିବା ପାଇଁ ପରୀକ୍ଷା ଚଳାଇଛି । ଏନେଇ ଖୋଦ ଆମେରିକାର ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି ।