ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କିଏ ଜାଣେ ପ୍ରକୃତି କେତେବେଳେ କେଉଁଠି ତାର ତାଣ୍ଡବ ରଚିବ । ଆଉ ପରିବେଶକୁ କରିଦେବ ଖଣ୍ଡ ବିଖଣ୍ଡିତ । ସେହିଭଳି ଯାପାନରେ ସାମୁଦ୍ରିକ ଝଡ ‘ହଗବିଶ’ ତାର ତାଣ୍ଡବ ଦେଖାଇଛି । ଏହି ସାମୁଦ୍ରିକ ଝଡ ଟୋକିଅରେ ସ୍ଥଳଭାଗ ଛୁଇଁବା ପରେ ରଚିଛି ତାଣ୍ଡବ । ଏପର୍ଯ୍ୟନ୍ତର ସୂଚନା ଅନୁରସାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ନିଖୋଜ ହୋଇଛନ୍ତି । ଏହି ବାତ୍ୟା ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରିବା ପରେ ଦୂର୍ବଳ ହୋଇ ପଡିଥିଲା । ମାତ୍ର ଏହାର ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି ।
ପାଖାପାଖି ପବନର ବେଗ ଘଣ୍ଟାପ୍ରତି ରହିଥିଲା ୨୧୬ କିଲୋମିଟର । ତେବେ ଏହାକୁ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ଏହାର ପ୍ରଭାବରେ ଆହୁରି କିଛି ଘଣ୍ଟା ବର୍ଷା ହୋଇପାରେ । ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପାଖାପାଖି ୭୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ।
ତେବେ ଯଦି ବର୍ଷା ଅଧିକ ସମୟ ଧରି ଲାଗି ରହେ ଏଠାରେ ବନ୍ୟା ପରିସି୍ତି ଉପୁଜିବା ଆଶଙ୍କା କରାଯାଉଛି । ଟୋକିଅକୁ ସମସ୍ତ ବିମାନ ସେବାକୁ ବାତିଲ କରାଯାଇଛି । ଏହି ପ୍ରଳୟଙ୍କାରୀ ବାତ୍ୟାରେ କେତେକ ସ୍ଥାନରେ ଭୁ ସ୍ପଳନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟା ପୂର୍ବରୁ ସମୁଦ୍ର ଭିତରେ ଭୂକମ୍ପ ଆସିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୩ ଥିଲା କିନ୍ତୁ ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ି ନ ଥିଲା ।