ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆମେରିକାର ଏକ ସପିଂ ମଲରେ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଥିବା ସୂଚନା । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା । ଗତକାଲି ସେକ୍ସାସ୍ ଅନ୍ତର୍ଗତ ଏଲ୍ ପାସୋସ୍ଥିତ ଓ୍ଵାଲ୍ମାର୍ଟରେ ଜଣେ ରାଇଫଲ୍ଧାରୀ ବ୍ୟକ୍ତି ଗୁଳି ଚଳାଇବାରୁ ୨୦ ଜଣ ବ୍ୟକ୍ତି ନିହତ ଏବଂ ୨୬ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ତେବେ ପୋଲିସ ଗିରଫ କରିଥିବା ଯୁବକ ପ୍ରକୃତରେ ଏହି ଆକ୍ରମଣରେ ସଂମ୍ପୃକ୍ତ କି ନାଁ ତହା ପୋଲିସ ଏଯାବତ ସ୍ପଷ୍ଟ କରି ନାର୍ହି ।
ତେବେ ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ଜଣେ ୨୧ ବର୍ଷୀୟ ଯୁବକ ଏହି ଗୁଳିକାଣ୍ଡ ଘଟାଇଥିବା ସୂଚନା ମିଳିଛି । ଗୁଳିକାଣ୍ଡରେ ମଲରେ ଅଧିକ ଶିକ୍ଷାର୍ଥୀ ବହି କିଣୁଥିବା ବେଳେ ପ୍ରାଣ ହରାଇଥିବା ଜଣା ପଡିଛି । ଏହି ସପ୍ତାହ ମଧ୍ୟରେ ଆମେରିକାରେ ଏଇଟା ଦ୍ୱ ିତୀୟ ଗୁଳିକାଣ୍ଡ । ସୂଚନାଯୋଗ୍ୟ ଗତ ସପ୍ତାହରେ ଆମେରିକାର କାଲିଫର୍ଣ୍ଣିଆରେ ଏକ ଖାଦ୍ୟମେଳା ଚାଳିଥିବା ବେଳେ ଗୁଳିକାଣ୍ଡ ହୋଇଥିଲା । ଏଥିରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିଲେ ।
ଗତକାଲିର ଗୁଳି କାଣ୍ଡକୁ ନେଇ ଆମେରିକା ରା୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦବେଗ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଟୁଇଟ୍ କରିଛନ୍ତି ଯେ ଏଲ୍ ପାସୋର ଖବର ବଡ଼ ଖରାପ, ଅନେକ ନିହତ ହୋଇଛନ୍ତି।ଏହା ମଧ୍ୟ କହିଛନ୍ତି, ଘଟଣା ସମ୍ପର୍କରେ ଆଲୋଚନା ହୋଇଛି । ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ।