ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆମେରିକାର ଟେକସାସରେ ୨ ଜଣ ଆତତାୟୀ ଅଚାନକ ଗୁଳି ଚାଳନା କରିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ଆତତାୟୀ ମାନେ ପ୍ରଥମେ ଏକ ଟ୍ରକକୁ ହାଇଜାକ କରିଥିଲେ ପରେ ଆରମ୍ଭ କରି ଦେଇଥିଲେ ଅତର୍କୀତ ଗୁଳି ଚାଳନା । ପୋଲିସ ଓ ଆତଙ୍କୀଙ୍କ ମଧ୍ୟରେ ହୋଇଥିଲା ଘମାଘୋଡ ଲଢେଇ ।
ଶେଷରେ ପୋଲିସ ଗୁଳିରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଛି । ମାତ୍ର ମୃତ୍ୟୁ ପୂର୍ବରୁ ଆତଙ୍କବାଦୀ ମାନେ ୫ ଜଣ ଲୋକଙ୍କୁ ମାରି ଦେଇଥିଲେ । ସୁରକ୍ଷାକର୍ମୀ ଗୋଟିଏ କାରକୁ ରୋକିବାକୁ ଚେଷ୍ଟା କରିବା ବେଳେ କାରର ଚାଳକ ଗୁଳି ଚାଳନା କରିବାରୁ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ଆହତ ମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଉପରେ ନଜର ରଖା ଯାଇଥିବା ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରି କହିଛନ୍ତି ।