ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଜଣେ ବ୍ୟକ୍ତି ଚାକିରୀ କଲେ ମାସକୁ ଦରମା ପାଇଥାଏ । ମାତ୍ର ଆଜି ଆମେ ଏଭଳି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ , ଯେଉଁଠି ବ୍ୟକ୍ତିଟିଏ ଚାକିରୀ କଲେ ତାଙ୍କୁ ମାସକୁ ଦରମା ବଦଳରେ କୁକୁଡା ଛୁଆ ଦିଆଯାଇଥାଏ । ଦୁନିଆରେ ଏଭଳି ଅନେକ ଅଜବ ଗଜବ ଜିନିଷ ରହିଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏଭଳି ଏକ କାର୍ଯ୍ୟ ହେଉଥିବା ଦେଶର ନାଁ ହେଉଛି ଉଜବେକିସ୍ତାନ । ଯେଉଁଠି କୁକୁଡା ଛୁଆଙ୍କୁ ବେତନ ବଦଳରେ ଦିଆଯାଇଥାଏ । ଏହାପୂର୍ବରୁ ବି ଏଭଳି ନିଆରା ବେତନ ପ୍ରଣାଳୀରେ ଗାଜର ଏବଂ ମୂଳା ଆଦି ପନିପରିବା ଚାକିରୀଆଙ୍କୁ ଦିଆଯାଉଥିଲା ।
ମାସିକ ବେତନ ଦେବାର ଏଭଳି ନିଆରା ପ୍ରଣାଳୀର ପ୍ରମୁଖ କାରଣ ହେଉଛି ଉଜବେକିସ୍ତାନରେ ଆର୍ଥିକ ଅଭାବ ରହିଛି । ପ୍ରକୃତରେ ଉଜବେକିସ୍ତାର ସ୍ଥିତି ଠିକ୍ ନାହିଁ । ଯେଉଁଥି ପାଇଁ ସେଠାକାର କର୍ମଚାରୀଙ୍କୁ ବେତନ ଦେବା ପାଇଁ ଟଙ୍କା ନାହିଁ ।