ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁରସ୍କାର ଗ୍ରହଣ କରିବା ପାଇଁ ଭାରତୀୟ ପାରମ୍ପରିକ ବସ୍ତ୍ର ପରିଧାନ କରି ସ୍ୱିଡେନ୍ ର ଷ୍ଟକହୋମ କଂସର୍ଟ ହଲରେ ପହଁଚିଲେ ଭାରତୀୟ- ଆମେରିକୀ ଅର୍ଥଶାସ୍ତ୍ରୀ ଅଭିଜିତ୍ ବାନାର୍ଜି । ତାଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଏହାସହିତ ଇଷ୍ଟର ଡୁଫ୍ଲୋ ଯାହାଙ୍କୁ ସଂଯୁକ୍ତ ରୂପେ ଅଭିଜିତ୍ ଙ୍କ ସହିତ ପୁରସ୍କୃତ କରାଗଲା, ସେ ବି ଏକ ସବୁଜ ରଙ୍ଗର ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଛି । ମାତ୍ର ବାନାର୍ଜିଙ୍କ ସହଯୋଗୀ ମାଇକେଲ ଫର୍ମଲ ସୁଟ୍ ପିନ୍ଧିଥିବାର ନଜର ଆସିଛନ୍ତି ।
ସୂଚନାଯୋଗ୍ୟ, ଭାରତୀୟ ମୂଲ ର ଅଭିଜିିତ୍ ବାନାର୍ଜିଙ୍କୁ ବର୍ଷ ୨୦୧୯ ପାଇଁ ଅର୍ଥଶାସ୍ତ୍ରର ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କୁ ଏହି ପୁରସ୍କାର ତାଙ୍କ ପତ୍ନୀ ଡୁଫ୍ଲୋ ଏବଂ ଆମେରିକାର ମାଇକେଲ କ୍ରେମରଙ୍କ ସହିତ ସଂଯୁକ୍ତ ରୂପେ ଦିଆଯାଇଛି । ବର୍ତ୍ତମାନ ଅଭିଜିତ୍ ବାନାର୍ଜି ଏବଂ ତାଙ୍କ ପତ୍ନୀ ଡୁଫ୍ଲୋ ମ୍ୟାସେଚ୍ୟୁସେଟ୍ ଇଂଷ୍ଟୁଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଅର୍ଥନୀତି ବିଭାଗରେ ପ୍ରଫେସର ଅଛନ୍ତି ।
ପ୍ରକୃତରେ , ସ୍ୱିଡେନର ବୈଜ୍ଞାନିକ ଆଲଫ୍ରେଡ ନୋବେଲର ପୂଣ୍ୟ ସ୍ମୃତିରେ ନୋବେଲ ଫାଉଣ୍ଡେସନ୍ ଦ୍ୱାରା ପ୍ରତ୍ୟେକ ବର୍ଷ ଦିଆଯାଉଥିବା, ଦୁନିଆର ସର୍ବୋଚ୍ଚ ସମ୍ମାନ ଅଟେ । ଏହାକୁ ଶାନ୍ତି , ସାହିତ୍ୟ, ରସାୟନିକ ବିଜ୍ଞାନ, ଭୌତିକ, ଚିକିତ୍ସା ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର କ୍ଷେତ୍ରରେ ଦିଆଯାଇଥାଏ । ସେଥିପାଇଁ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସରେ ନୋବେଲ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଥାଏ ।