ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆମେରିକାରେ ଏବେ କରୋନା ବେକାକୁ । ପ୍ରତିଦିନ ଆମେରିକାରେ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୪ ହଜାର ୫ ଶହ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ପରେ ଆମେରିକାରେ ଏବେ ମୃତ୍ୟୁ ସଂଖ୍ୟା ୩୪ ହଜାର ୫୦୦ ରେ ପହଞ୍ଚିଛି । ସବୁଠାରୁ ବଡ କଥା ହେଲା ଆମେରିକାର ନିୟୁର୍କରେ ୧୨୦୦୦ ମୃତ୍ୟୁ ସଂଖ୍ୟା ଅତିକ୍ରମ କରିଛି । ଯାହାକୁ ନେଇ ଏବେ ଆମେରିକା ଚିନ୍ତାରେ ପଡି ଯାଇଛି । ସବୁଠାରୁ ଦେଶ ଏବେ ଏମିତି ଏକ ଘଡି ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲକ ଡାଉନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଯାହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ନ୍ୟୁୟର୍କ ଗଭର୍ନର କିନ୍ତୁ ଏହାକୁ ସମର୍ଥନ କରୁନଥିବା ଜଣା ପଡିଛି । ସେହିଭଳି ଏବେ ଯଦି ଭାରତ କଥା ଦେଖିବା ଦେଶରେ ଲକ ଡାଉନର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥିତି ସମାନ୍ୟ ସୁଧାର ହେଉଥିବା ଜଣା ପଡିଛି । ଦେଶରେ ଏଇ ୨ ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଏନେଇ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଦେଶରେ କରୋନା ଅଭିବୃଦ୍ଧି ହାର ୪୦ ପ୍ରତିଶତ ହ୍ରାସ ପାଇଛି । ମାର୍ଚ୍ଚ ମସରେ ଲକଡାଉନ ପୂର୍ବରୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତି ୩ ଦିନରେ ଦ୍ଵି ଗୁଣିତ ହେଉଥିବା ବେଳେ, ଏବେ ଏହା ୬.୧ ଦିନରେ ଦ୍ଵି ଗୁଣିତ ହେଉଛି ।