ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅର୍ଥାତ୍ ଡବ୍ଲ୍ୟୁଏଚଓ ଠାରୁ ଆମେରିକାକୁ ଅଲଗା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କର ଅଭିଯୋଗ ରହିଛି କି ଚୀନ କଥାରେ ଡବ୍ଲ୍ୟୁଏଚଓ ଚାଲୁଛି ଏବଂ ଚୀନର କହିବାନୁଯାୟୀ ହିଁ କରୋନା ଭାଇରସ ସହ ଜଡିତ ସୂଚନା ସାରା ଦୁନିଆ ଠାରୁ ଲୁଚାଇ ରଖିଥିଲା ଡବ୍ଲ୍ୟୁଏଚଓ । ଯାହାଫଳରେ ପୁରା ବିଶ୍ୱରେ କରୋନା ଭାଇରସ ଏବେ ମହାମାରୀର ରୂପ ନେଇ ସାରିଛି । ଏହି ଭାଇରସ ଯୋଗୁଁ ଆମେରିକାରେ ୧ ଲକ୍ଷରୁ ଅଧିକ ଜୀବନ ଚାଲି ଗଲାଣି । ଶୁକ୍ରବାର ଏକ ସମ୍ବାଦିକ ସମ୍ମଳନୀରେ ଡବ୍ଲ୍ୟୁଏଚଓ ଠାରୁ ଆମେରିକାକୁ ଅଲଗା କରିବାର ଘୋଷଣା କରିଛନ୍ତି ଟ୍ରମ୍ପ ।
ଟ୍ରମ୍ପ କହିଛନ୍ତି କି, ଗୋଟେ ବର୍ଷରେ ଚୀନ ଡବ୍ଲ୍ୟୁଏଚଓ କୁ ୪୦ ମିଳିୟନ ଡଲାର ଦେଇଥାଏ । କିନ୍ତୁ ଅମେରିକା ବର୍ଷକରେ ଡବ୍ଲ୍ୟୁଏଚଓ କୁ ପାଖାପାଖି ୪୫୦ ମିଲିୟନ ଡଲାର ଦେଇଥାଏ । ତାପରେ ବି ଡବ୍ଲ୍ୟୁଏଚଓ କରୋନା ଭାଇରସକୁ ନେଇ ଧୋକାରେ ରଖିଛି । ମାତ୍ର ଡବ୍ଲ୍ୟୁଏଚଓ ର ସୁଧାର ପାଇଁ ଆମେରିକା ଯାହା ବି ସୁପାରିଶ କରିଥିଲା । ତାକୁ ଲାଗୁ କରାଯାଇ ନାହିଁ । ସେଥିପାଇଁ ଡବ୍ଲ୍ୟୁଏଚଓ ଠାରୁ ସମ୍ପର୍କ ଛିନ୍ନ କରୁଛି ଆମେରିକା ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଡବ୍ଲ୍ୟୁଏଚଓ ର ଫଣ୍ଡିଂ ଉପରେ ରୋକ ଲଗାଇଥିଲା ଆମେରିକା । ଏହାସହିତ କରୋନା ମାମଲାରେ ଡବ୍ଲ୍ୟୁଏଚଓ ଉପରେ ଭାଇରସକୁ ଚିହ୍ନିବାରେ ଫେଲ୍ ହେବାର ଅଭିଯୋଗ କରିଥିଲେ ଟ୍ରମ୍ପ । ଏହାବ୍ୟତିତ ଏହି ମାମଲାରେ ଚୀନ୍ ର ସାଥ୍ ଦେଉଛି ଡବ୍ଲ୍ୟୁଏଚଓ ।