ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାଇକ୍ରୋବ୍ଲଗିଙ୍ଗ ୱେବସାଇଟ ଟ୍ୱିଟର ନିଜ ପ୍ଲାଟଫର୍ମରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାଗତ ପାଇଁ ଯୋଜନା କରିଛି । ଜାନୁଆରୀ ୨୦ ରେ ଶପଥ ନେବାକୁ ଥିବା ଜୋ ବାଇଡେନଙ୍କ ପାଇଁ @POTUS (president of the united state) ଏବଂ @WhiteHouse ର ଆକାଉଣ୍ଟ ସମ୍ପୂର୍ଣ୍ଣ ନୂତନ କରାଯିବ । ଜିରୋ ଫଲୋଅର୍ସରୁ ଏହି ଆକାଉଣ୍ଟର ଆରମ୍ଭ ହେବ ।
ପ୍ରକୃତରେ ପ୍ଲାଟଫମରେ ଉପସ୍ଥିତ ପୁରୁଣା ପୋଟସ ଏବଂ ହ୍ୱାଇଟହାଉସ ଆକାଉଣ୍ଟସ ଏବଂ ଫଲୋର୍ସଙ୍କୁ ନୂତନ ସରକାରଙ୍କ ପର୍ଯ୍ୟନ୍ତ ଟ୍ରାନ୍ସଫର କରିବା ଟ୍ୱିଟରର ଇରାଦା ନୁହେଁ । ଏନେଇ ବାଇଡେନଙ୍କ ଡିଜିଟାଲ ଡାଇରେକ୍ଟର ସୂଚନା ଦେଇଛନ୍ତି । ବର୍ତ୍ତମାନ ପୋଟସର ପାଖାପାଖି ୩ କୋଟି ୩୨ ଲକ୍ଷ ଫଲୋର୍ସ ରହିଛନ୍ତି । ସେହିପରି ହ୍ୱାଇଟହାଉସ ର ୨ କୋଟି ୬୦ ଲକ୍ଷ ଫଲୋର୍ସ ଅଛନ୍ତି ।
ଦି ଭର୍ଗ ଅନୁସାରେ ୨୦୧୭ ମସିହାରେ ଟ୍ୱିଟର ଏଭଳି କିଛି କରିଥିଲା । ଯେତେବେଳେ ଓବାମା ପ୍ରସାଶନରୁ ଟ୍ରମ୍ପ ପ୍ରଶାସନକୁ ଆକାଉଣ୍ଟ ଦିଆଯାଇଥିଲା ।