ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତ ସପ୍ତାହରେ ଆମେରିକା ଡ୍ରୋନ ମାଡ କରି ଇରାକ ଜେନେରାଲ କାଶିମ ସୁଲେମାନି ଏବଂ ଇରାକର କମାଣ୍ଡର ଅବୁ ମହଦି ଅଲ ମୁହାନ୍ଦିସକୁ ହତ୍ୟା କରିଥିଲା । ତେବେ କାହିଁକି ସୁଲେମାନଙ୍କୁ ହତ୍ୟା କରିଥିଲା ଆମେରିକା ସେ ନେଇ ଆଜି ୟୁଏନକୁ ପତ୍ର ଲେଖିଛି ଆମେରିକା । ମିଳିତ ଜାତି ସଂଘକୁ ଆମେରକା ଜଣାଇଛି ସୁଲେମାନର ହତ୍ୟା ଆତ୍ମରକ୍ଷା ପାଇଁ କରାଯାଇଥିଲା । ଆମେରିକା ଆହୁରି ମଧ୍ୟ ଜଣାଇଛି ନିଜର ଆତ୍ମରକ୍ଷା ପାଇଁ ସୁଲେମାନର ହତ୍ୟା ଯଥାର୍ଥ ରହିଥିଲା ।
ମିଳିତ ଜାତିସଂଘର ଧାରା ୫୧ ଅନୁସାରେ ଆମେରିକା ସୁଲେମାନକୁ ହତ୍ୟା କରିଥିବା ଦର୍ଶାଇଛି । ଆମେରକା ଆହୁରି ମଧ୍ୟ କହିଛି ବିନା କୌଣସି ଜଟିଳ ସର୍ତ୍ତରେ ଆମେ ଇରାନ ସହିତ ବୁଝାମଣା ଓ ରାଜିନାମା କରିବାକୁ ରାଜି ରହିଛୁ ।
ସୂଚନାଯୋଗ୍ୟ ଆମେରିକା ଓ ଇରାକ ମାମଲାକୁ ନେଇ ଆଜି ଡୋନାଲ୍ଡ ଟ୍ରମ୍ପ ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି । ସେ ଇରାକ ସହିତ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଛନ୍ତି ବୋଲି ନିଜ ଅଭିଭାଷଣରେ ଇଙ୍ଗିତ କରିଛନ୍ତି । ତେବେ ଟ୍ରମ୍ପଙ୍କ ଏହି ଭଭିଭାଷଣ ପରେ ଦୁଇ ଦେଶ ପରସ୍ପର ଉପରେ କରୁଥିବା ଆକ୍ରମଣ କମିବ ବୋଲି ଆଶା କରାଯାଉଛି । ଆମେରିକା ଡ୍ରୋନ ମାଡ କରି ଇରାକ ଜେନେରାଲ କାଶିମ ସୁଲେମାନି ଏବଂ ଇରାକର କମାଣ୍ଡର ଅବୁ ମହଦି ଅଲ ମୁହାନ୍ଦିସକୁ ହତ୍ୟା କରିବା ପରଠୁ ବିବାଦ ଓ ଆକ୍ରମଣ ଘନେଇବାରେ ଲାଗିଛି ।