ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୋଭିଶିଲ୍ଡ ଟୀକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ୧୨ ରୁ ୧୮ ସପ୍ତାହ ବ୍ୟବଧାନକୁ ଟିକ୍ ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡକ୍ଟର ଫାଉଚି । ସେ ସାକ୍ଷାତକାରରେ ସେ କହିଛନ୍ତି କି, ଯଦି ଟିକା ଅଭାବ ଥାଏ ଏବଂ ଅଧିକରୁ ଅଧିକ ଲୋକଙ୍କୁ ଟୀକା ପ୍ରୟୋଗ କରିବାକୁ ପଡେ ତେବେ ଏହି ଉପାୟ ଯଥାର୍ଥ ଅଟେ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଟୀକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଭାରରତକୁ ଅନ୍ୟ ଦେଶ ଏବଂ କମ୍ପାନୀ ସହିତ ସହଯୋଗ କରିବା ଉଚିତ୍ । ଯାହାଫଳରେ ଦେଶରେ ଯଥା ଶୀଘ୍ର ଟୀକାକରଣ ହୋଇପାରିବ ।