ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଅର୍ଥନୀତି ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର । ଏଥର ଦୁଇ ଦୁଇ ଜଣ ଆମେରିକୀୟ ହାତେଇ ନେଇଛନ୍ତି ଏହି ପୁରସ୍କାର । ଆମେରିକାର ପଲ ରମର ଓ ୱିଲିୟମ ଡି ନର୍ଡହାଉସଙ୍କୁ ଅର୍ଥନୀତି ପାଇଁ ଏଥର ମିଳିବ ନୋବେଲ ପୁରସ୍କାର । ଜଳବାୟୁ ପରିବର୍ତ୍ତନ ଓ ଅଭିନବକରଣ ପାଇଁ ଅର୍ଥନୀତିକ ବିଜ୍ଞାନ ପ୍ରୟୋଗ କ୍ଷେତ୍ରରେ ଅବଦାନ ପାଇଁ ଏହି ଦୁଇଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି । ଯାହା ଆଗାମୀ ଦିନରେ ବିଶ୍ୱବାସୀଙ୍କର ମଙ୍ଗଳରେ ଅସିବ ।
ପଲ ରମର ଓ ୱିଲିୟମ ଡି ନର୍ଡହାଉସ କିଛି ନୂତନ ଧରଣର ପନ୍ଥା ବାହାରକରି ଦୀର୍ଘକାଳୀନ ଅଭିବୃଦ୍ଧି ସମେତ ସାରାବିଶ୍ୱର କାର୍ଯ୍ୟରେ ଲାଗିପାରିବା ନେଇ ବାଟ ଫିଟାଇଦେଇଛନ୍ତି । ସେପଟେ ୧୯୬୯ ମସିହାଠାରୁ ଅର୍ଥନୀତି ପାଇଁ ସାରା ବିଶ୍ୱରେ ନୋବେଲ ପୁରସ୍କାର ଦିଆଯାଉଛି । ତେବେ ପଲ ରମର ଓ ୱିଲିୟମ ଡି ନର୍ଡହାଉସଙ୍କ ଅର୍ଥନୀତିରେ ଅବଦାନ ପାଇଁ ତାଙ୍କୁ ଆଜି ପରିଚିତ କରିପାରିଛି ।