ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତ ଜାମ୍ମୁକାଶ୍ମୀରରେ ୩୭୦ ଉଚ୍ଛେଦ କରିବା ପରେ ପ୍ରତିକ୍ର୍ରିୟା ଶୀଳ ହୋଇ ପଡିିଛି ପାକିସ୍ତାନ । ପାକିସ୍ତାନ ଭାରତ ସହ ସମସ୍ତ କୁଟନୈତିକ ସଂମ୍ପର୍କ ଛିନ୍ନ କରିବା ପରେ ଏବେ ଭାତକୁ ନିଜ ବାୟୁ ସୀମାରେ ଉହିବାକୁ ନିଶିଦ୍ଧ କରିଛି । ସୂଚନା ଅନୁସାରେ ୧୧ ବାୟୁ ମାର୍ଗରୁ ୩ ଟିକୁ ବନ୍ଦ କରି ଦିଆଯାଇଛି । ସେହିଭଳି ପାକିସତାନ ମଧ୍ୟ ନିଜ ଉଡାଣ ଉଚ୍ଚତାକୁ ମଧ୍ୟ ବୃଦ୍ଧି କରିଥିବା ସୂଚନା ମିଳିଛି । ତେବେ ପାକିସ୍ତାନର ଏହି ଆଭିମୁଖ୍ୟକୁ ନେଇ ଏୟାର ଇଣ୍ଡିଆ ପ୍ରତିକ୍ରିୟା ଦେଇ କହିଛି ଏହାର କୌଣସି ପ୍ରଭାବ ପଡିବ ନାହିଁ ।
ସୂଚନାଯୋଗ୍ୟ ଜମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଭାରତ ସହିତ ସମସ୍ତ ରାଜନୈତିକ ଓ କୁଟନୈତିକ ସମ୍ପର୍କ ଓ ଦ୍ୱିପାକ୍ଷିକ ବ୍ୟାପାର ନିଲମ୍ବିତ କରିବା ନେଇ ଗତ କାଲି ଘୋଷଣା କରିଛି । ବୁଧବାର ଇସଲମାବାଦରେ ରାଷ୍ଟ୍ରୀୟ ସୁରକ୍ଷା ସମିତି ବୈଠକରେ ପାକ ବିଦେଶ ମନ୍ତ୍ରୀ ସାହ ମହମ୍ମଦ କ୍ୟୁରେସୀ କହିଛନ୍ତି ଆମେ ଭାରତୀୟ ଉଚ୍ଚାଆୟୁକ୍ତ ଅଜୟ ବିଶାରିଆଙ୍କୁ ଦେଶ ଛାଡିବା ପାଇଁ ଆଦେଶ ଦେଇଛୁ ।
ସେହିଭଳି ପାକିସ୍ତାନର ଉଚ୍ଚାୟାୟୁକ୍ତ ମଧ୍ୟ ଦିଲ୍ଲୀରେ ରହିବେ ନାହିଁ ବୋଲି ସେ ଜଣାଇଛନ୍ତି । ପାକିସ୍ତାନ ଚଳିତ ମାସରେ ନୂଆ ଆୟୁ୍କ୍ତଙ୍କୁ ଦିଲ୍ଲୀ ପଠାଇବା ପାଇଁ ଯୋଜନା କରୁଥିଲା । ମାତ୍ର ଏହାକୁ ରଦ୍ଦ କରାଯାଇଛି ବୋଲି କ୍ୟୁରେସୀ ପ୍ରକାଶ କରିଛନ୍ତି ।