କ୍ୟାମେରୁନ (ଏଟିଆର ବ୍ୟୁରୋ ) ; ବିଦ୍ୟାଳୟରୁ ୮୧ ଜଣଙ୍କୁ ଅପହରଣ କଲେ ଆତଙ୍କବାଦୀ । କ୍ୟାମେରୁନର ଏକ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକଙ୍କ ସମେତ ବହୁ ଛାତ୍ରଛାତ୍ରୀଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିବା ଜଣାପଡିଛି । ଏଭଳି ଘଟଣା ପଶ୍ଚିମ କ୍ୟାମେରୁନର ବାମେଣ୍ଡା ସହରରେ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଛି । ତେବେ ଏଭଳି ଅପହରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କାରିନାହାନ୍ତି ।
ସେପଟେ ଅପହୃତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ବି ପତ୍ତା ମିଳୁନି । ଏହି ଅପହରଣକୁ ଦେଶର ବିଚ୍ଛିନ୍ନତାବାଦୀ ଅବା କୌଣସି ଆତଙ୍କବାଦୀ ସଂଗଠନ କରିଥାଇପାରେ ବୋଲି ସରକାର ଅନୁମାନ କରୁଛନ୍ତି । ତେବେ ଅପହୃତ ୮୧ ଜଣଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ଓ ଜଣେ ଶିକ୍ଷକ ରହିଥିବା ବେଳେ ୭୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେମାନଙ୍କୁ ବନ୍ଧୁକ ଦେଖାଇ ଅପହରଣ କରା୍ଯାଇଥିବାର ଜଣାପଡିଛି । ତେବେ ଅପହରଣ ପରେ ସେ ସମସ୍ତଙ୍କୁ ଏକ ଜଙ୍ଗଲକୁ ନେଇ ଯାଇଛନ୍ତି ଅପହରଣକାରୀ ।
ସୂଚନାଯୋଗ୍ୟ ଯେ ,ଦେଶର ବିଚ୍ଛିନ୍ନତାବାଦୀ ମାନେ ରାଷ୍ଟ୍ରପତି ପଲଙ୍କ ସରକାରଙ୍କୁ ବିରୋଧ କରନ୍ତି । ସେମାନେ ଏହାକୁ ବିରୋଧକରି ବାମେଣ୍ଡା ଅଞ୍ଚଳରେ ପୂର୍ବ କିଛି ଦିନ ହେବ ଅପ୍ରତିକର ପରିସ୍ଥିତି ସୃଷ୍ଟି କରିଥିଲେ । ସେଠାରେ କଫ୍ୟୁ ଜାରି କରିବା ସହ ସ୍କୁଲ କଲେଜ କୁ ମଧ୍ୟ ବନ୍ଦ କରିଦେଇଥିଲେ । ଏହି ବିଚ୍ଛିନ୍ନତାବାଦୀଙ୍କ ଆନ୍ଦୋଳନ ୨୦୧୭ ମସିହାରୁ ଚାଲିଆସୁଥିବା ବେଳେ ସେଠାରେ ପ୍ରତିଦିନ ଅନେକ ହିଂସାକାଣ୍ଡ ଘଟୁଛି । ଫଳରେ ଦିନକୁ ଦିନ ସେଠାକାର ଲୋକମାନେ ବମେଣ୍ଡା ଛାଡି ଅନ୍ୟତ୍ର ପଳାଇଯାଉଥିବାର ଦେଖାଦେଇଥିଲା ।
ତେବେ ବିଦ୍ୟାଳୟର ଛାତ୍ରଛାତୀଙ୍କୁ ଅପହରଣ କରି ବିଚ୍ଛିନ୍ନତାବାଦୀ ମାନେ ନିଜର ଉପସ୍ଥିତି ଜାହିର କରିବାରେ ସକ୍ଷମ ହୋଇପାରିଛନ୍ତି । ସେମାନେ ସ୍କୁଲ ପିଲାମାନଙ୍କର ଏକ ଭିଡିଓ ଜାରିକରିଛନ୍ତି । ଯୋଉଁଥିଲେ ପିଲାମାନଙ୍କୁ ସେମାନଙ୍କ ନାମ , ବାପାଙ୍କ ନାମ ଓ ଘର ବିଷୟରେ କହିବାକୁ ବାଧ୍ୟ କରାଯାଉଥିବାର ଦେଖ।।ଯାଉଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ସେମାନଙ୍କର ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଛାତ୍ରଛାତ୍ରୀଙ୍କୁ ଛାଡିବେନି ବୋଲି ଭିଡିଓରେ କହିଛନ୍ତି । ସେପଟେ ସେନା ପକ୍ଷରୁ ପିଲାମାନଙ୍କୁ ଖୋଜାଖୋଜି ପ୍ରକ୍ରିୟା ଜାରି ରହିଛି ।