ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ କରୋନା ସ୍ଥିତି ବେକାବୁ । ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଚାଲିଛି । ଏହାକୁ ଦୃଷ୍ଟିରେ ରଖି କିଛି ଦେଶ ନିଜର ସୁରକ୍ଷା ପାଇଁ ଭାରତୀୟ ଯାତ୍ରୀଙ୍କ ଉପରେ କଟକଣା ଲଗାଇଛନ୍ତି । ସେହିପରି ଏବେ ଭାରତୀୟ ଯାତ୍ରୀଙ୍କ ଉପରେ ଅଷ୍ଟ୍ରେଲିଆ ସରକାର ସାମୟିକ ପ୍ରତିବନ୍ଧକ ଘୋଷଣା କରିଛନ୍ତି । ମେ ୩ ତାରିଖରୁ ଭାରତୀୟ ଯାତ୍ରୀଙ୍କୁ ଅଷ୍ଟ୍ରେଲିଆ ମନା ।
ସେହିପରି ଯଦି କୌଣସି ଯାତ୍ରୀ ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହିତ ଜରିମାନା ଦେବାକୁ ପଡିବ ବୋଲି ଅଷ୍ଟ୍ରେଲିଆ ସରକାର ଘୋଷଣା କରିଛନ୍ତି । ଏହାସହିତ ଭାରତରେ ଥିବା ଅଷ୍ଟ୍ରେଲିଆ ନାଗରିକ ମଧ୍ୟ ସ୍ୱଦେଶ ଫେରି ପାରିବେ ନାହିଁ ।
ଏହାବ୍ୟତିତ ଭାରତର ଏଭଳି ପରିସ୍ଥିତିରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ଅଷ୍ଟ୍ରେଲିଆ ସରକାର ।