ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗଲୱାନା ଘାଟିରେ ଚୀନ ଓ ଭାରତୀୟ ସେନାଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଯାହା ପରଠାରୁ ୨ ଦେଶ ମଧ୍ୟରେ ତିକ୍ତତା ଆହୁରି ଅଧିକ ବଢି ଯାଇଛି ।
କାରଣ ଚୀନକୁ ଠୋକର ଦେବାକୁ ଏବେ ଭାରତ ମହାସାଗରରେ ମୁତୟନ ହୋଇଛି ବି-୫୨ ବମ୍ବର ଜେଟ । ଏହାକୁ ଆମେରିକା ସେନା ମୁତୟନ କରିଛି । ଏହା ଏକ ଶକ୍ତିଶଳୀ ବିମାନ । କାରଣ ଏହାକୁ ବିପକ୍ଷର ରାଡାର ମଧ୍ୟ ଧରି ପାରିବ ନାହିଁ । ଏହା ଶତୃ ଶିବିରରେ ପସି ଅତର୍କିତ ଆକ୍ରମଣ କରି ସହଜରେ ଫେରି ଆସିପାରେ ।
ସବୁଠାରୁ ବଡ କଥା ହେଉଛି ଏହି ବିମାନ ୧୬ ଟି ପରମାଣୁ ବୋମା ନିଜ ସହିତ ନେଇ ପାରିବ । ଏହା ଏକ ସମୟରେ ନିରନ୍ତର ଭାବେ ୨୯ ଘଣ୍ଟା ଉଡିବାର ସକ୍ଷମ ରଖିଛି । ଏହି ବିମାନ ନିୟୋଜିତ ହେବା ପାଇଁ ସୂଚନା ଦେଇଛି ଆମେରିକା ସେନା ।