ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ପେସ ଏକ୍ସ ଦ୍ୱାରା ଲଞ୍ଚ କରାଯାଇଥିବା ନୂତନ ଡ୍ରାଗନ କ୍ୟାପ୍ସୁଲ ରୁ ଚାରିଜଣ ମହାକାଶଚାରୀ ୨୭ ଘଣ୍ଟିଆ ଯାତ୍ରା ସମାପ୍ତ କରିବା ପରେ ସୋମାବାର ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ) ରେ ପହଁଚିଛନ୍ତି । ସେମାନେ ଆଗାମୀ ୬ ମାସ ପର୍ଯ୍ୟନ୍ତ ସେଠାରେ ରହିବେ । ମହାକାଶଚାରୀଙ୍କୁ ଆଇଏସଏସ ରେ ପହଁଚାଇବାର ସ୍ପେସ ଏକ୍ସର ଏହା ହେଉଛି ଦ୍ୱିତୀୟ ମିଶନ । କିନ୍ତୁ ଏଲୋନ ମସ୍କଙ୍କ କମ୍ପାନୀ ପ୍ରଥମ ଥର ୬ ମାସ ପାଇଁ ଆଇଏସଏସକୁ ମହାକାଶଚାରୀ ପଠାଇଛି ।
ରିପୋର୍ଟ ମୁତାବକ, ଜାପାନର ଭିକ୍ଟର ଗ୍ଲୋଭର, ଶାନନ ୱାକର ଏବଂ ସୋଚି ନାଗୁଚି ହପକିନ୍ସ ସହିତ ସମ୍ପୂର୍ଣ୍ଣ ସୂୟଂଚାଳିତ ବିମାନରୁ ଆଇଏସଏସ କୁ ପହଁଚିଛନ୍ତି । ଭିକ୍ଟର ଗ୍ଲୋଭର ହେଉଛନ୍ତି ପ୍ରଥମ କଳା ମହାକାଶଚାରୀ ଯିଏ ଏତେ ଦିନ ପାଇଁ ଏକ ମହାକାଶ ଅଭିଯାନରେ ଯାଇଛନ୍ତି ।
ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ସ୍ପେସ ଏକ୍ସ ଏହି କ୍ୟାପ୍ସୁଲକୁ ରେଜିଲିଏନ୍ସ ନାମରେ ନାମିତ କରାଯାଇଛି । ଏହାସହିତ ଯେତେବେଳେ ଡ୍ରାଗନର କମାଣ୍ଡର ମାଇକ ହପକିନ୍ସ ଆଇଏସଏସ ସହିତ ପ୍ରଥମ ରେଡିଓ ଯୋଗାଯୋଗ କରିଥିଲେ, ସେଠାରେ ଉପସ୍ଥିତ ଥିବା ଆମେରିକୀୟ ମହିଳା ମହାକାଶଚାରୀ କେଟ୍ ରୁବିନ୍ସ କହିଲେ କି , ୱା ଭଲ ସ୍ୱର ଶୁଣାଗଲା । ଆମେ ତୁମକୁ ଅପେକ୍ଷା କରିଛୁ ।