ଆଫଗାନିସ୍ତାନ (ଏଟିଆର ବ୍ୟୁରୋ ) ; ମସଜିଦରେ ଚାଲିଥିଲା ପାର୍ଥନା । ହଠାତ ହେଲା ଭୟଙ୍କର ବିସ୍ଫୋରଣ । ଫଳରେ ଚାଲିଗଲା ୨୭ ଜଣଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଆଫଗାନିସ୍ତାନର ପୂର୍ବ ପ୍ରଦେଶରେ । ସ୍ଥାନୀୟ ସେନା ବେଶ ମସଜିଦରେ ଗତକାଲି ପ୍ରାର୍ଥନା ସଭା ଅନୁଷ୍ଟିତ ହୋଇଥିଲା । ଏହି ସମୟରେ ବହୁ ସଂଖ୍ୟକ ଲୋକେ ଏହି ପାର୍ଥନା ସଭାରେ ଯୋଗ ଦାନ କରିଥିଲେ । ତେବେ ପାର୍ଥନା ଚାଲୁଥିବା ସମୟରେ ଜଣେ ଅତ୍ମଘାତୀ ଆତଙ୍କବାଦୀ ନିଜ ଦେହରେ ଲଗାଇଥିବା ବୋମା ଦ୍ୱାରା ବିସ୍ଫୋରଣ କରିଥିଲା । ଫଳରେ ମୋଟ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଏଥିରୁ ୯ ଜଣ ସୁରକ୍ଷାକର୍ମୀ ଥିବା ସୂଚନା ମିଳିଛି । ସେହିଭଳି ପାଖାପାଖି ୫୦ ଜଣରୁ ଅଧିକ ଲୋକେ ଆହତ ହୋଇଛନ୍ତି । ସେପଟେ ୨୦୩ ଆର୍ମିକ୍ରପ ବ୍ରିଗେଡିୟର ମୁଖପାତ୍ର କହିଛନ୍ତି ଯେ ଇସ୍ମାଇଲ ଖେଲ ଠାରେ ହୋଇଥିବା ବିସ୍ଫୋରଣ ଗତକାଲି ଘଟିଛି । ମସଜିତରେ ପାର୍ଥନା ଚାଲୁଥିବା ବେଳେ ଜଣେ ଆତଙ୍କବାଦୀ ନିଜ ଦେହରେ ବିସ୍ଫୋରକ ଖଞ୍ଜି ନିଜକୁ ଉଡାଇ ଦେଇଥିଲା । ଏଥିରେ ଘଟଣା ସ୍ଥଳରେ ୯ ଜଣ ସୁରକ୍ଷାକର୍ମୀଙ୍କ ସହ ୨୨ ଜଣଙ୍କ ମୃତ୍ୟୁ ଘଟିଛି ।
ତେବେ ସେନା ବେସ ମଧ୍ୟକୁ ଆତଙ୍କବାଦୀ ଜଣକ କିପରି ପ୍ରବେଶ କଲେ ଏବେ ସେନେଇ ଉଠିଛି ପ୍ରଶ୍ନ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ ସବୁ ସତ୍ୟ ସାମନାକୁ ଆସିବ ବୋଲି ଆଫଗାନିସ୍ତାନ ଆର୍ମୀ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।