ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଦେଖୁ ଦେଖୁ ଜଳିଗଲା ବ୍ରାଜିଲର ସନ୍ତକ । ବ୍ରାଜିଲ ହରାଇଲା ତାର ୨୦୦ ବର୍ଷର ପୁରୁଣା ସଂଗ୍ରହ । ନିଆଁରେ ଲିନ ହେଲା ବ୍ରାଜିଲର ସର୍ବ ପୁରାତନ , ଗୁରୁତ୍ୱପୁର୍ଣ୍ଣ , ଐତିହାସିକ ସଂଗ୍ରହାଳୟ । ଗତକାଲି ବ୍ରାଜିଲର ଜାତୀୟ ସଂଗ୍ରହାଳୟରେ ନିଆଁ ଲାଗି ସଂମ୍ପୁର୍ଣ୍ଣ ଜଳିଯାଇଛି । ବାଜିଲର ରିଓ ଡି ଜେନେରୋ ଠାରେ ଥିବା ବ୍ରାଜିଲର ସର୍ବପୁରାତନ ଜାତୀୟ ସଂଗ୍ରହାଳୟରେ ଗତକାଲି ଅଗ୍ନିକାଣ୍ଡ ଘଟି ସଂମ୍ପୁର୍ଣ୍ଣ ଜଳିଯାଇଛି ।
ପ୍ରତିଦିନ ଭଳି ସୋମବାର ବି ସନ୍ଧ୍ୟା ୭.୩୦ ରେ ସଂଗ୍ରହାଳୟ ବନ୍ଦ ହେଲା । ଠିକ ଏହା ପରେ ହିଁ ସଂଗ୍ରହାଳୟରେ ଲାଗିଥିଲା ନିଆଁ । ସଂଗେ ସଂଗେ ନିଆଁ ସମ୍ପୁର୍ଣ୍ଣ କୋଠାରେ ମାଡିଯାଇଥିଲା । ଖବର ପାଇ ବିଭିନ୍ନ ସ୍ଥାନରୁ ଅଗ୍ନିଶମ ବିଭାଗର ବହୁ ଯବାନ ଆସିଥିଲେ ହେଁ ନିଆଁକୁ ଆୟତ କରି ପାରିନଥିଲେ । ଦେଖୁ ଦେଖୁ ଜଳିଗଲା ବ୍ରାଜିଲର ସର୍ବ ପୁରାତନ ସଂଗ୍ରହାଳୟ । ସେପଟେ ବ୍ରାଜିଲ ତାର ବିଜ୍ଞାନ , ଇତିହାସ ଓ ସଂସ୍କୃତି ହରାଇଛି ।
ଲାଟିନ ଆମେରିକାର ଏହା ସବୁଠରୁ ପୁରୁଣା ଓ ବଡ ସଂଗ୍ରହାଳୟ ବୋଲି ମନାଯାଉଥିବା ବେଳେ ସଂଗ୍ରହାଳୟରେ ନିଆଁ ଲାଗିଯିବାରୁ ୨୦୦ ବର୍ଷ ପୁର୍ବ ସଂଗ୍ରହମାନ ନଷ୍ଟ ହୋଇଯାଇଛିା ସେପଟେ ଏହି ଦିନ ବ୍ରାଜିଲର ପାଇଁ ବଡ ଦୁଃଖର ଦିନ ବୋଲି ବ୍ରାଜିଲ୍ ରାଷ୍ଟ୍ରପତି ମାଇକେଲ ଟେମର କହିଛନ୍ତି । । ଏହି ଅଗ୍ନିକାଣ୍ଡରେ ଦେଶର ଐତିହ୍ୟ, ବିଜ୍ଞାନ, ସଂସ୍କୃତି ଏବଂ ଶିକ୍ଷା ନଷ୍ଟ ହୋଇଯାଇଛି ବୋଲି ସଂଗ୍ରହାଳୟର ଜଣେ ଉପନିର୍ଦ୍ଦେଶକ କହିଛନ୍ତି । ତେବେ ବ୍ରାଜିଲରେ ଏଭଳି କ୍ଷତି ଅପୂରଣୀୟ ବୋଲି ବହୁ ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି ।