ଜିମ୍ବାୱେ (ଏଟିଆର ବ୍ୟୁରୋ ) ; କୁହାଯାଏ ମୃତ୍ୟୁ ସଂକେତ ଦେଇ ଆସେନି । ମଣିଷର ମୃତ୍ୟୁ ତା ନିଜ ପାଖରେ ହିଁ ଥାଏ ବୋଲି ବିଶ୍ୱାସ କରାଯାଏ । ତେବେ କୌଣସି ବି ସାଧାରଣ ଯାତ୍ରା ଆପଣଙ୍କ ଜୀବନର ଶେଷ ଯାତ୍ରା ହୋଇପାରେ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଜିମ୍ବାୱେର ହରାରି ଟାଉନରେ ଦେଖିବାକୁ ମିଳିଛି । ଯାତ୍ରୀବାହୀ ବସରେ ଯାତ୍ରା କରୁଥିବା ସମୟରେ ଆର ପଟରୁ ଆସୁଥିବା ଆଉ ଏକ ଯାତ୍ରୀବାହୀ ବସ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଉଭୟ ବସରେ ଯାତ୍ରା କରୁଥିବା ୪୭ ଜଣ ନୀରିହଙ୍କ ଜୀବନ ଯାଇଛି । ଯାହାକୁ ନେଇ ଜିମ୍ବାୱେର ହରାରି ଟାଉନରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି ।
ଏଭଳି ମର୍ମନ୍ତୁଦ ଦୁର୍ଘଟଣାରେ ମୃତକଙ୍କୁ ବାଦ ଦେଲେ ଆହୁରୀ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେ ସମସ୍ତ ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନବରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏଭଳି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଲୋକଙ୍କ ଦୁର୍ଘଟଣା ଘଟିଥିବା ସ୍ଥାନରେ ଭିଡ ଜମିଛି । ମୃତକଙ୍କ ପରିବାର ଲୋକେ ମଧ୍ୟ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି ।
ସେପଟେ ଶବଗୁଡିକର ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ପୋଲିସ । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଛି ଓ ଏଥିପାଇଁ କିଏ ଦାୟୀ ସେନେଇ ପୋଲିସ ତଦନ୍ତ କରୁଛି । ସୂଚନାଯୋଗ୍ୟ ଯେ , ଜିମ୍ବାୱେରେ ଟ୍ରାଫିକ ବ୍ୟବସ୍ତା ଅନ୍ୟନ୍ତ ତୃଟିପୁର୍ଣ୍ଣ ଓ ନିମ୍ନ ମାନର ହୋଇଥିବା ବେଳେ ସେଠାରେ ପ୍ରତେକ ଦିନ କିଛି ନା କିଛି ଦୁର୍ଘଟଣା ଘଟୁଥିବାର ନଜୀର ରହିଛି । ତେବେ ଏପରି ସ୍ଥିତିରେ ରାଜପଥ ଗୁଡିକରେ ସଡକ ଦୁର୍ଘଟଣା ଅଧିକମାତ୍ରାରେ ଦେଖାଯାଉଛି ।