ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ କରୋନାକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ । ସବୁଆଡେ ଏବେ ଶୁଣିବାକୁ ମିଳୁଛି କରୋନା କରୁଣ । ତେବେ ଏହି ମହାମାରୀର ଦାଉରୁ ମଧ୍ୟ ବର୍ତ୍ତି ପାରିନାହିଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଆମେରିକାରେ ଏବେ କରୋନାରେ ୧୧୦୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଲେଣି । ସେହିଭଳି କରୋନାରେ ୪୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ତେବେ ଏହାକ୍ୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।
ଆମେରିକାକୁ ଜାତୀୟ ଜରୁରୀକାଳୀନ୪ ପରିସ୍ଥିତି ଘୋଷଣା କରିଛନ୍ତି । ଟ୍ରମ୍ପ ନିଜ ଘୋଷଣାରେ କହିଛନ୍ତି ରାଜ୍ୟ ଗୁଡିକୁ ଏହି ମହାମାରୀ ମୁକାବିଲା ପାଇଁ ୫୦ ମିଲିୟନ ଡଲାର ଦିଆଯିବ । ହ୍ୱାଇଟ ହାଉସରେ ଏକ ସମ୍ବାଦିକ ସମ୍ମୀଳନୀରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ଏଥିରେ ବିଶେଷଜ୍ଞ ମାନେ କହିଛନ୍ତି କହିଛନ୍ତି ଯଦି ଏହାର ନିରାକରଣ ପାଇଁ ଏବେ ଠାରୁ ପ୍ରଚେଷ୍ଟା କରାନଯିବ ତେବେ ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେବ । ପାଖାପାଖି ୧୫ କୋଟି ଲୋକ ଏଥିରେ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ ସ୍ପେନ ମଧ୍ୟ କରୋନାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।