ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନର ବିଜ୍ଞାନ ଏବଂ ପ୍ରଦ୍ୟୋଗିକ ମନ୍ତ୍ରୀ ଚୌଧରୀ ଫବାଦ ହୁସୈନ ସର୍ବଦା କିଛି ନା କିଛି କାରଣ ପାଇଁ ବିବାଦରେ ରହିଥାନ୍ତି । ଏବେ ପୁଣି ଥରେ ସେ ବିବାଦ ଘେରକୁ ଟାଣି ହୋଇଛନ୍ତି । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଭାରତ ବିପକ୍ଷରେ ଫବାଦ ଅନେକ ଧମକପୂର୍ଣ୍ଣ ବୟାନ ଦେଉଛନ୍ତି ଏବଂ ଏବେ ସେ ଦେଶର ଟିଭି ଆଙ୍କରକୁ ଥାପଡ ମାରି ଦେଇଛନ୍ତି ।
ରବିବାର ଦିନ ଟିକଟିକ୍ ଷ୍ଟାର ହରିମ ଶାହଙ୍କୁ ନେଇ ହୋଇଥିବା ବିବାଦରେ ଟିଭି ଆଙ୍କର ମୁବାଶେର ଲୁକମ୍ୟାନଙ୍କୁ ଥାପଡ ମାରି ଦେଇଛନ୍ତି ଫବାଦ । ମିଡିଆ ରିପୋର୍ଟ ମୁତାବକ, ଘଟଣାଟି ପଞ୍ଜାବର ମନ୍ତ୍ରୀ ମୋହାସିନ୍ ଲଘାରୀଙ୍କ ପୁଅର ରିସେବସନ୍ ପାର୍ଟି ଅବସରରେ ଘଟିଛି । ଏହି ଅବସରରେ ଅନ୍ୟ ନେତା ମାନେ ବି ପାର୍ଟିରେ ଉପସ୍ଥିତ ଥିଲେ ।
ବିବାଦ ସେହି ସମୟରେ ଆରମ୍ଭ ହୋଇଥିଲା ଯେଉଁ ସମୟରେ ଜହାଁଗିର ତାରେନ୍ ଏବଂ ଫବାଦ ଚୌଧରୀଙ୍କ ଆରୋପକୁ ନେଇ ଟିଭି ଆଙ୍କର ଚର୍ଚ୍ଚା କରୁଥିଲେ । ପ୍ରକୃତରେ ଟିକଟକ୍ ଷ୍ଟାର ହରିମ ଶାହଙ୍କ ସହିତ ଫବାଦଙ୍କ ନାଁ ଯୋଡି ଦେଇଥିଲେ ଟିଭି ଆଙ୍କର । ଏହାପରେ ଫବାଦ ଏବଂ ଟିଭି ଆଙ୍କରଙ୍କ ମଧ୍ୟରେ ଯୁକ୍ତି ତର୍କ ୍ରାରମ୍ଭ ହୋଇଯାଇଥିଲା । ଯାହାଫଳରେ କଥା ହାତ ଉଠାଇବା ପର୍ଯ୍ୟନ୍ତ ପଳେଇଥିଲା ।