ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ କରୋନା ଭାଇରସ ଭୟ ଚୀନରୁ ଭଲ ଭାବେ ଦୂରିଭୂତ ହୋଇନି । ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ବିପଦ ଆଶଙ୍କା ସଂମ୍ପୂର୍ଣ୍ଣ ଭାବେ ଟଳି ନାହିଁ । ଏବେ ମଧ୍ୟ ଶତାଧିକ ଭାରତୀୟ ଚୀନର ଉହାନ ସହରରେ ଫସି ରହିଛନ୍ତି । ଯେଉଁମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଭାରତ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଉହାନ ଯିବା ପାଇଁ ଅପେକ୍ଷାରେ ରହିଛି ।
ମାତ୍ର ଚୀନ ପକ୍ଷରୁ ଅନୁମତି ମଗାଯାଇଥିଲେ ମଧ୍ୟ ଅନୁମତି ଦେଉନାହିଁ ଚୀନ । ଏନେଇ ମୋଦି ଚୀନ ସରକାରଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ ସହମତି ପ୍ରଦାନ କରୁନାହିଁ ଚୀନ । ସୂଚନାଯୋଗ୍ୟ ଚୀନ ଯିବାକୁ ଥିବା ଏହି ବିମାନରେ ଭାରତ ପକ୍ଷରୁୂ ଡାକ୍ତରୀ ଦଳ ମଧ୍ୟ ଚୀନ ପଠାଯାଉଛି । ଯେଉଁମାନେ ଚୀନରେ ଡାକ୍ତରମାନଙ୍କୁ ସହଯୋଗ କରିବା ସହିତ କାର୍ଯ୍ୟ କରିବେ । ପୂର୍ବରୁ ବାୟୁସେନାର ୨ ଟି ବିମାନ ଉହାନରୁ ପାଖାପାଖି ୬୦୦ ରୁ ଅଧିକ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିଛି । ଏବେ ଆଉ ୧୦୦ ଜଣ ଭାରତୀୟଙ୍କୁ ଆଣିବାକୁ ଉହାନ ଯିବାକୁ ଏହି ବିମାନ ଅପେକ୍ଷା କରିଛି ।