ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ତେବେ ଗଲୱାନା ଘାଟିରେ ଭାରତୀୟ ଯବାନ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଦୁଇଦେଶ ଏବେ ଏଲଏସିରେ ସେମାନଙ୍କ ଶକ୍ତିକୁ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି । ଏବେ ଚୀନ ତାର ଶକ୍ତିଶାଳୀ ଯୁଦ୍ଧ ବିମାନ ଜେ ୨୦ କୁ ସୀମା ନିକଟରେ ନିୟୋଜିତ କରିଛି ।
ସେପଟେ ଭାରତ ମଧ୍ୟ ଚୀନକୁ ଟକ୍କର ଦେବାକୁ ନିଜ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲକୁ ସୀମାରେ ନିୟୋଜିତ କରିଛି । ସେପଟେ ମିଳିଥିବା ସୂଚନା ଅନୁସାରେ ଚୀନ ଗତ ୨୯ ଓ ୩୦ ତାରିଖରେ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା ।
ଯାହାକୁ ବିଫଳ କରିଛି ଭାରତୀୟ ସେନା । ଡ୍ରାଗନ ସେନା ଟ୍ୟାଙ୍କ, ୨୦୦ ସୈନିକ ଓ ଗୋଳା ବାରୁଦ ସହିତ ଭାରତୀୟ ସୀମା ଦକ୍ଷିଣ ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ କ୍ଷେତ୍ରରେ ପଶିବାକୁ ଉଦ୍ୟମ କରିଥିଲା। ଯାହାର ସୂଚନା ଭାରତୀୟ ସେନା ପାଇବା ପରେ ଅନୁପ୍ରବେଶକାରୀଙ୍କୁ ଘଉଡାଇବାରେ ସଫଳ ହୋଇଥିଲା ଭାରତ ।
ଅନ୍ୟପଟେ ଚୀନ ବୈଦେଶିକ ବିଭାଗ ଏହାକୁ ସିଧାସିଧା ଖଣ୍ଡନ କରିଛି । ଚୀନ ସେନା ସୀମା ଅତିକ୍ରମ କରିନାହିଁ । ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ପ୍ରଚେଷ୍ଟା ଚାଲିଛି ବୋଲି ଚୀନ ବୈାଦଶିକ ବିଭାଗ ପ୍ରତିକ୍ରିୟାରେ କହିଛି ।