ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫେସବୁକ୍ ର ଗୋପନୀୟତା ଏବଂ ଏନକ୍ରିପ୍ସନ ଉପରେ ଅସନ୍ତୋଷ ଜାହିର କରି ସାରିଥିବା କମ୍ପ୍ୟୁଟର ପ୍ରୋଗ୍ରାମର ଏବଂ ହ୍ୱାଟ୍ସଆପ୍ ର ସହ ସଂସ୍ଥାପକ ବ୍ରାୟନ ଆକ୍ଟନ ପୁଣି ଥରେ କମ୍ପାନୀର ସିଇଓ ମାର୍କ ଜୁକରବର୍ଗଙ୍କ ଠାରେ ଭିନ୍ନ ରାୟ ରଖିଛନ୍ତି । ସେ ପୁଣି ଥରେ ୟୁଜର୍ସଙ୍କୁ ଫେସବୁକ୍ ଆକାଉଣ୍ଟ ଡିଲିଟ୍ କରିବା ପାଇଁ ଅପିଲ କରିଛନ୍ତି ।
କମ୍ପ୍ୟୁଟରର ଭଲ ଭବିଷ୍ୟତ ପାଇଁ ସ୍ୟାନ ଫ୍ରାନ୍ସିସ୍କୋରେ ଆୟୋଜିତ ଆୱାର୍ଡର ୨୫ତମ ଶିଖର ସମ୍ମିଳନୀ ଦ୍ୱାରା ବ୍ରାୟନ ଆକ୍ଟନ କହିଛନ୍ତି , ଯଦି ୟୁଜର୍ସ ଚାହୁଛନ୍ତି କି ତାଙ୍କ ସାମ୍ନାରେ ବିଜ୍ଞାପନର ବନ୍ୟା ହୋଇଯାଉ ତେବେ ସେ ଖୁସୀରେ ଫେସବୁକ୍ ରେ ରହିପାରିବେ ।
ସୂଚନାଯୋଗ୍ୟ ୟୁଜର୍ସଙ୍କ ପ୍ରାଇଭେସିକୁ ହ୍ୟାକ୍ କରାଯାଉଥିବାକୁ ନେଇ ଫେସବୁକ୍ ଏବେ କଡାପଡି ହୋଇଯାଇଛି । ଏନେଇ ଆକ୍ଟନ କହିଛନ୍ତି କି , ସେ ଫେସବୁକ୍ ଛାଡିବାକୁ ନିଜ ଅପିଲରେ ଅଡି ରହିବେ ।
ଏହାପୂର୍ବରୁ ସେ ମାର୍ଚ୍ଚରେ ଷ୍ଟେନଫୋର୍ଡ ୟୁନିଭରସିଟିର ଛାତ୍ର-ଛାତ୍ରୀଙ୍କୁ ସେମାନଙ୍କ ଫେସବୁକ୍ ଆକାଉଣ୍ଟଡିଲିଟ୍ କରିବା କଥା କହି ଫେସବୁକ୍ ଦ୍ୱାରା ନିଜ ମତଭେଦ ସାର୍ବଜନିକ ରୂପେ ସ୍ୱୀକାର କରିଥିଲେ । ସେ ଜୁକରବର୍ଗଙ୍କୁ ନିଜ କମ୍ପାନୀ ହ୍ୱାଟ୍ସଆପ୍ ବିକ୍ରି କରିବାର କାରଣ ବି ପ୍ରଥମ ଥର ପାଇଁ ସ୍ପଷ୍ଟ କରିଥିଲେ ।
ଜେନ କ୍ୟାମଙ୍କ ସହ ମିଶି ହ୍ୱାଟ୍ସଆପ୍ ଆରମ୍ଭ କରିଥିଲେ ବ୍ରାୟନ ଆକ୍ଟନ । କିନ୍ତୁ ୨୦୧୪ ରେ ଫେସବୁକ୍ ୨୨ କୋଟି ଡଲାରରେ ଏହାର ଅଧିଗ୍ରହଣ କରିଥିଲା । ମାତ୍ର ପରେ ହ୍ୱାଟ୍ସଆପ୍ ର ମୌଦ୍ରିକରଣକୁ ନେଇ ବ୍ରାୟନଙ୍କର ଫେସବୁକ୍ ସହ ମତଭେଦ ହୋଇଥିଲା ଏବଂ ତାପରେ ସେ ଫେସବୁକ୍ ସାଥ୍ ଛାଡିବା ସହ ୮୫ କୋଟି ଡଲାର ବି ନିଜ ହାତରୁ ଛାଡି ଦେଇଥିଲେ ।