ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଏବେ କେବଳ ସେଇ ଗୋଟିଏ ଚିନ୍ତା କରୋନା । ସାରା ବିଶ୍ୱକୁ ଏବେ କରୋନା ତା ମାୟାଜାଲରେ ଛନ୍ଦି ପକାଇଲାଣି । ପ୍ରତ୍ୟେକଦିନ ଏହି ମହାମାରୀରେ ଗଡୁଛି ଲୋକଙ୍କ ଜୀବନ । ଆଜିର ତଥ୍ୟ ଅନୁସାରେ ସାରା ବିଶ୍ୱରେ ୩୦ ହଜାର ୮୫୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଲକ୍ଷ ୬୨ ହଜାରରୁ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇ ସାରିଲାଣି ।
ଯାହା ଏବେ ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କେବଳ ଆମେରିକାରେ ସର୍ବାଧିକ ୧ ଲକ୍ଷ ୨୩ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଲେଣି । ସେହିଭଳି ମୃତ୍ୟୁ ସଂଖ୍ୟା ୨ ହଜାର ୨୧୩ ରହିଛି । ଇଟାଲିରେ ମଧ୍ୟ ମୃତ୍ୟୁ ସଂଖ୍ୟା ନିୟମିତ ଭାବେ ବଢି ଚାଲିଛି । ଇଟାଲିରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପି ଯାଇଛି । ସେହିଭଳି ଭାରତ କଥା ଯଦି ଦେଖିବାକ ଭାରତରେ ମଧ୍ୟ ଦିନକୁ ଦିନ କରେନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିବାକୁ ବସିଲାଣି ।