ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ଭାଇରସ ଏବେ ଆମେରିକାରେ ବେକାବୁ ହେବାକୁ ବସିଛି । ପ୍ରତିଦିନ ଆମେରିକାରେ କରୋନା ଭାଇରସରେ ଶତାଧିକ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ପ୍ରତ୍ୟକ ଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ତେବେ କରୋନା ମୃତ୍ୟୁକୁ ନେଇ ହ୍ୱାଇଟ ହାଉସ ପକ୍ଷରୁ ଯେଉଁ ଆକଳନ କରାଯାଇଛି ତାହା ଏବେ ସମସ୍ତଙ୍କୁ ଚକିତ କରିଛି ।
ହ୍ୱାଇଟ ହାଉସ ଆକଳନ କରି ଆମେରିକାରେ ଆସନ୍ତା ୨ ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ଦୁଇ ସପ୍ତାହରେ ଆମେରିକାରେ ବହୁତ ଲୋକ ଆକ୍ରାନ୍ତ ହେବା ସହିତ ହଜାର ହଜାର ଲୋକଙ୍କର ମୃତ୍ୟୁ ହେବ । ପାଖାପାଖି ୧ ଲକ୍ଷରୁ ୨ ଲକ୍ଷ ୪୦ ହଜାର ପର୍ଯ୍ୟନ୍ତ ଲୋକଙ୍କର ମୃତ୍ୟୁ ହୋଇପାରେ । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଲୋକମାନେ ଏହି ଭାଇରସରୁ ବଞ୍ଚିବା ପାଇଁ ସାମାଜିକ ଦୂରତା ବଜାୟ ରଖନ୍ତୁ ।