ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନାର ପ୍ରକୋପରେ ହେଉଛି କଲବଲ । ସାରା ବିଶ୍ୱର ନିଦ ହଜେଇ ଦେଲାଣି ଏଇ ଭାଇରସ । ଚୀନର ହୁଆନରୁ ଆସିଥିବା ଏହି ଭାଇରସ ଏବେ ସାରା ବିଶ୍ୱକୁ ଲୋପ କରିଦେବାକୁ ବସିଲାଣି । ପ୍ରତ୍ୟକ ଦିନ ପୋକମାଛି ଭଳି ଲୋକମାନେ ଏହି ଭାଇରସରେ ମୃତ୍ୟୁ ବରଣ କରୁଛନ୍ତି । ଯେଉଁ ଭାଇରସ ଆଗରେ ଏବେ ହାର ମାନିଛନ୍ତି ଆମେରିକା ଭଳି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ । ଶତ ଚେଷ୍ଟା କଲେ ମଧ୍ୟ ଆୟତ୍ତକୁ ଆସି ପାରୁନି ଏହି ଭାଇରସ । ତେବେ ଏହି ଭାଇରସକୁ ନେଇ ଏବେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । କିଛି ଆନ୍ତର୍ଜାତୀୟ ଗଣମାଧ୍ୟମ ଏବେ ଏହାକୁ ନେଇ ଏକ ଖବର ପ୍ରକାଶ କରିଛନ୍ତି । ଯେଉଁଥିରେ ଜାଣିବାକୁ ମିଳିଛି ଯେ କରୋନା ଭାଇରସ ସୃଷ୍ଟି ହେବା ପଛରେ ରହିଛି ଚୀନର ବଡ ଷଡଯନ୍ତ୍ର ।
ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ଭାଇରସ ପ୍ରାକୃତିକ ନୁହେଁ ବରଂ ଏହା ମନୁଷ୍ୟକୃତ । ଯାହାକୁ ଚୀନ ତିଆରି କରିଥିଲା । ଏବଂ କୌଣସି କାରଣ ବସତ ଭାଇରସ ବୋତଲଟି ଭାଙ୍ଗି ଯାଇଥିଲା ଏବଂ ଭାଇରସ ଉହାନରେ ବ୍ୟାପିଥିଲା । ଚୀନରେ ଜଣେ ଅଧିକାରୀ ନିଜ ନାମ ଗୋପନ କରି ଏକ ଆର୍ଟିକିଲରେ ଏହା ପ୍ରକାଶ କରିଛନ୍ତି । ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ଆର୍ଟିକିଲ ଲେଖିଥିବା ବ୍ୟକ୍ତି ଚୀନର ଜଣେ ଇଣ୍ଟେଲିଜେଣ୍ଟ ଅଧିକାରୀ । ସେ ଆହୁରି ମଧ୍ୟ ଏହି ଆର୍ଟିକିଲରେ ଉଲ୍ଲେଖ କରିଛନ୍ତି ଚୀନ ଠାରୁ ବିଶ୍ୱର ଗୋଟେ ଶକ୍ତଶାଳୀ ରାଷ୍ଟ୍ର ଏହି ଭାଇରସକୁ ୁ କିଣିବାକୁ ଯୋଜନା କରୁଥିଲା ।
ଦୁଇ ଦେଶ ମଧ୍ୟରେ ଉହାନ ଆନିମଲ ମାର୍କେଟରେ ଡିଲ ହୋଇଥିଲା । ମାତ୍ର ଡିଲ ସମୟରେ ସୁଟ ଆଉଟ ହେବା ଫଳରେ ସେମାନେ ଏଠାରୁ ଖସି ଯାଇଥିଲେ । ଏବଂ ଭାଇରସ ବୋତଲଟି ଖସି ପଡି ଭାଙ୍ଗି ଯାଇଥିଲା । ଯେଉଁଥିରେ ଥିବା ଭାଇରସ ମଣିଷ ସଂସ୍ପର୍ଶରେ ଆସି ବ୍ୟାପିବା ଆରମ୍ଭ କରିଥିଲା । ମାତ୍ର ଏହି ଆର୍ଟିକିଲରେ କେତେ ସତ୍ୟତା ରହିଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ବୈଜ୍ଞାନିକ ମାନେ ମତ ରଖୁଛନ୍ତି କୌଣସି ଜୀବ ଜନ୍ତୁଙ୍କ ଠାରୁ ଏହା ମଣିଷ ଶରୀରକୁ ବ୍ୟାପିଛି ।
ସୂଚନାଯୋଗ୍ୟ କରୋନା ଭାଇରସରେ ସାରା ବିଶ୍ୱରେ ୬ ଲକ୍ଷ ୬୨ ହଜାର ୮୫୨ ଜଣ ଲୋକ ଆକ୍ରାନ୍ତ ଏବଂ ସମଗ୍ର ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୦ ହଜାର ଅତିକ୍ରମ କରିସାରିଛି । ଏଥିରୁ ଇଟାଲୀରେ କେବଳ ମୃତ୍ୟୁ ସଂଖ୍ୟା ୧୦ ହଜାରରୁ ଅଧିକ । ଆମେରିକାରେ ୧ ଲକ୍ଷ ୨୩ ହଜାର ୪୨୮ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨ ହଜାର ୨୧୧ ଜଣଙ୍କ ମୃତ୍ୟୁ ହୋଇଛି ।