ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ଅକଳରେ ପଡିଥିବା ବେଳେ ଏବେ ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବଡ ବୟାନ ଦେଇଛି । ଯାହା ଏବେ ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଡବ୍ଲୁଏଚଓ ମୁଖ୍ୟ ଟ୍ରେଡସ ଆଦନମ କହିଛନ୍ତି କରୋନା ଏତେ ଶୀଘ୍ର ଆମଠାରୁ ଯିବ ନାହିଁ । ଏହା ଦୀର୍ଘ ସମୟ ଧରି ମାନବ ସମାଜ ସହିତ ରହିବ ବୋଲି ସେ ଆକଳନ କରିଛନ୍ତି । କରୋନା ମୁକାବିଲା ପାଇଁ ଆମକୁ ଆହୁରି ଦୃଢ ପଦକ୍ଷେପ ନେବାକୁ ପଡିବ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ବିଶ୍ୱର ଅନେକ ଦେଶରେ ଏବେ କରୋନା ପ୍ରଥମ ପର୍ଯ୍ୟାୟରେ ରହିଛି । ତେଣୁ ଏହା କେତେବେଳେ ମଧ୍ୟ ଭୟଙ୍କର ରୂପ ନେଇପାରେ । ତେଣୁ କରୋନା ଶୀଘ୍ର ଦୂରେଇ ଯିବ ବୋଲି ଭାବି ଆମେ କିଛି ଭୁଲ ନିଷ୍ପତ୍ତି ନେବା ଉଚିତ ନୁହେଁ । ଦୀର୍ଘ ସମୟ ଧରି ଆମକୁ କରୋନା ସହିତ ଲଢେଇ କରିବାକୁ ଅଛି । ସାମଜିକ ଦୂରତା ଓ ପଜିିଭ ଚିହ୍ନଟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ କହିଛନ୍ତି ।