ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ କରୋନା ଭାଇରସ ଚୀନରେ ବେକାବୁ ହେଲାଣି ପ୍ରତିଦିନ ଏଠାରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି । ତେବେ କରୋନା ଭାଇରସରେ ଏବେ ଜଣେ ଆମେରିକୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ବ୍ୟକ୍ତି ଜଣଙ୍କ ଚୀନରେ ଉହାନରେ ରହି ପାଠ ପଢୁଥିଲେ ।ସେଠାରେ ଗତ ୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଆମେରିକୀୟ ଦୂତାବାସ ସୂଚନା ଦେଇଛି । ମାତ୍ର ଚୀନ ପକ୍ଷରୁଏହାକୁ ଖଣ୍ଡନ କରାଯାଉଛି । ଚୀନ କହିଛି ଭୂତାଣୁ ଜନିତ ନିମୋନିଆରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଥିବା କରୋନା ଭାଇରସ ମୃତ୍ୟୁ ସଂଖ୍ୟା ଏବେ ୭୧୯ ରେ ପହଞ୍ଚିଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପି ଯାଇଛି ।
ସେଥିମଧ୍ୟରୁ କୁହାଯାଉଥିବା ଭାଇରସର ଉତ୍ପତି ସ୍ଥଳ ଉହାନରେ କେବଳ ୧୩ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଲେଣି । ଅନ୍ୟପଟେ ଏବେବି ଚୀନରେ ୬୦ ଜଣ ଭାରତୀୟ ରହି ଯାଇଛନ୍ତି । ଭାରତ ବିମାନ ପଠାଇ ୬୩୮ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିଛି । ଅନ୍ୟପଟେ ଜାପାନୀ ଯାଜାଜ ଡାଇମଣ୍ଡ ପ୍ରିନସେସ ଯାହାଜକୁ ଏବେ ପୃଥକ କରି ରଖାଟାଇଛି । ଯେଉଁଥିରେ ୩୭୦୦ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୬୧ ଜଣ କରୋନା ଭାଇରସ ସଂକ୍ରମିତ ଥିବା ଜାପାନ ସୂଚନା ଦେଇଛି । ଏହି ଯାତ୍ରୀଙ୍କ ମଧ୍ୟରେ କୌଣସି ଭାରତୀୟ ନଥିବା ସୂଚନା ମିଳିଛି ।