ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚୀନରେ ଦିନକୁ ଦିନ କରୋନା ଅତି ଭୟଙ୍କର ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୧୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଏହି ଭାଇରସ୍ ସଂକ୍ରମଣ ଦ୍ୱାରା ହୋଇସାରିଲାଣି । କେବଳ ଚୀନରେ ୬୭ହଜାର ଲୋକ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।
ଏହି ଭୂତାଣୁକୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ମେଡିସିନ୍ ବାହାର କରାଯାଇପାରିନାହିଁ । କେବଳ ପ୍ରତିଷେଧକ ମୂଳକ ଔଷଧ ଦ୍ୱାରା ଏହି ଭାଇରସର ମୁକାବିଲା କରାଯାଉଛି । ଏହି ଭାଇରସ ଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଚୀନରେ ସବୁପ୍ରକାରର ସାବଧାନତା ଗ୍ରହଣ କରାଯାଉଥିଲେ ସତ୍ତେ୍ୱ ଏହି ଭାଇରସ ଦିନକୁ ଦିନ ଅଧିକ ବ୍ୟାପିବାରେ ଲାଗିଛି ।
ବର୍ତ୍ତମାନ ଚାଇନାରେ ନୋଟ୍ ବା ଟଙ୍କା କାରବାର ଦ୍ୱାରା ମଧ୍ୟ କରୋନା ଭାଇରସ ବ୍ୟାପିବାର ଆଶଙ୍କା ରହିଛି, ଏଥିପାଇଁ ଚୀନର କରେନ୍ସି କରବାରକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ସୂଚନା ଅନୁଯାଇ କେବଳ ଡିଜିଟାଲ ପେମେଣ୍ଟ ଦ୍ୱାରା ଟଙ୍କା କାରବାର ହେବ । ଭୟଙ୍କର କରୋନା ଭାଇରସ ଠାରୁ ଣକ୍ଷା ପାଇବା ପାଇଁ ଚୀନ ସରକାର ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । କରୋନା ଭୟରେ ବିଶ୍ୱରେ ଏପର୍ଯ୍ୟନ୍ତ ଗ୍ଳୋବାଲ ଏମର୍ଜେନ୍ସି ଜାରି ରହିଛି ।