ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ନଡେଲା ଡାଟା ପ୍ରାଇଭେସି ଉପରେ ଏକ ବଡ ବୟାନ ଦେଇଛନ୍ତି । ଡାଭୋସରେ ଅନୁଷ୍ଠିତ ୱାଲର୍ଡ ଇକୋନୋମିକ ଫୋରମର ଏକ ଉତ୍ସବରେ ସତ୍ୟ ନଡେଲା ଡାଟା ପ୍ରାଇଭେସି ଏକ ମାନବିକ ଅଧିକାର ବୋଲି କହିଛନ୍ତି ।
ନଡେଲାଙ୍କ କହିବା ଅନୁସାରେ ଜଣେ ମଣିଷର ବ୍ୟକ୍ତିଗତ ଡାଟା ଉପରେ ସବୁ ସମୟରେ କେବଳ ତା ନିଜର ହିଁ ଅଧିକାର ରହିବା ଉଚିତ୍ ଏବଂ ଏହା ଉପରେ ଅନ୍ୟ କେହି ହସ୍ତକ୍ଷପ କରିବା ଉଚିତ୍ ନୁହେଁ । ଜଣେ ମଣିଷର ଡାଟା ପ୍ରାଇଭେସି କୁ ଅନ୍ୟ ମାନବିକ ଅଧିକାର ଭଳି ଗ୍ରହଣ କରାଯିବା ସହିତ ଡାଟା କିପରି ସୁରକ୍ଷିତ ରହିବ ସେ ବିଷୟରେ ସରକାର ଦୃଷ୍ଟି ଦେବା ଆବଶ୍ୟକ ।
ଆହୁରି ମଧ୍ୟ ସତ୍ୟ ନଡେଲା କହିଛନ୍ତି ଟେକନୋଲଜି ର ବ୍ୟବହାର କରିବା ସମୟରେ ନିୟମକୁ ମାନି ଟେକନୋଲଜିକୁ ବ୍ୟବହାର କରିବା ଦ୍ୱାରା ଡାଟା ସୁରକ୍ଷିତ ରହିଥାଏ ।