ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରୀଲଙ୍କାରେ ଗଠନ ହେଉଛି ନୂତନ ରାଜନୈତିକି ଭିତ୍ତିଭୂମି । ନୂତନ ରାଷ୍ଟ୍ରପତି ଭାବେ ରନୀଲ ବିକ୍ରମାସିଂଘେ ଶପଥ ନେବା ପରେ ଆଜି ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦିନେଶ ଗୁନୱାର୍ଦ୍ଧନା ।
ଶ୍ରୀଲଙ୍କା ରାଜନୀତିରେ ଦିନେଶ ଗୁନୱାର୍ଦ୍ଧନାଙ୍କ ଅନେକ ଅଭିଜ୍ଞତା ରହିଛି । ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପେକ୍ଷ ଥିବା ସମୟରେ ଗୃହମନ୍ତ୍ରୀ ଭାବେ ଦାୟତ୍ୱି ତୁଲାଇଥିଲେ ଗୁନାୱର୍ଦ୍ଧନା । ପୂର୍ବରୁ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।