ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆମେରିକା ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନେଇ ଲାଗି ରହିଥିବା ପ୍ରସଙ୍ଗ ଉପରେ ଶେଷରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କରୋନା ଭାଇରସ ମାମାଲାରେ ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷ ପାତିତା କରୁଛି । ଚାଇନା ସପକ୍ଷରେ ରହୁଛି ବୋଲି ଆମେରିକା ଦାବି କରି ଏହି ପାଣ୍ଠି ବନ୍ଦ କରିଛନ୍ତି । ଏନେଇ ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଚାଇନାରେ ଯେତେବେଳେ କରୋନା ଭାଇରସ ବ୍ୟାପୁଥିଲା ସେତେବେଳେ ଡବ୍ଲୁଏଚଓ ଏହାକୁ ଅଣଦେଖା କରିଥିଲା ।
ଯାହା ଫଳରେ ଏହି ମହାମାରୀ ଏବେ ସାରା ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ଜୀବନ ନେଉଛି । ସୂଚୀନାଯୋଗ୍ୟ ଆମେରିକା ଡବ୍ଲୁଏଚଓକୁ ପ୍ରତିବର୍ଷ ୪୦୦ ମିଲିଅନରୁ ୫୦୦ ମିଲିଅନ ଡଲାର ସହାୟତା କରୁଥିବାବେଳେ ଚାଇନା ମାତ୍ର ୪୦ ମିଲିଅନ ଡଲାର ଦେଉଛି । ଯେଉଁ ଫଣ୍ଡକୁ ଏବେ ରାଷ୍ଟ୍ରପତି ବନ୍ଦ କରି ଦେଇଛନ୍ତି । ଆମେରିକାରେ ଏବେ କରୋନା ୨୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି ।