ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଶ୍ମୀର ପ୍ରସଙ୍ଗ ଉପରେ ମଧ୍ୟସ୍ଥତା କରିବା ଉଚିତ୍ ନୁହେଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି । ଏହାସହିତ ସୋମବାର ଆମେରିକାରେ ଭାରତୀୟ ରାଜଦୁତ ହର୍ଷ ବର୍ଦ୍ଧନ ଶୃଙ୍ଗାଳ କହିଛନ୍ତି କି ଆମେରିକାର କାଶ୍ମୀର ଉପରେ ବହୁ ପୁରାତନ ନୀତି ରହି ଆସିଛି । ସେଥିପାଇଁ ଆମେରିକା ମଧ୍ୟସ୍ଥତା କରିବ ନାହିଁ, ବରଂ ଦ୍ୱିପାକ୍ଷୀୟ ସ୍ଥରରେ ମାମଲାକୁ ସମାଧାନ ପାଇଁ ଭାରତ ଏବଂ ପାକିସ୍ତାନକୁ ପ୍ରୋତ୍ସାହିତ କରିବ ।
ଗଣମାଧ୍ୟମକୁ ସାକ୍ଷାତ କରି କରି ଶୃଙ୍ଗଳା କହିଛନ୍ତି କି, ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ ଜାମ୍ମୁ-କାଶ୍ମୀରର ମଧ୍ୟସ୍ଥତାର ପ୍ରସ୍ତାବ ଏହି କଥା ନିର୍ଭର କରୁଛି କି ଭାରତ ଏବଂ ପାକିସ୍ତାନ ଏହାକୁ ସ୍ୱୀକାର କରୁଛନ୍ତି କି ନାହିଁ । କାରଣ ଏହି ପ୍ରସ୍ତାବକୁ ଭାରତ ସ୍ୱୀକାର କରୁନାହିଁ । ସେଥିପାଇଁ ଏହା ସ୍ପଷ୍ଟ ଯେ ଏହି ପ୍ରସ୍ତାବ ବିଚାରଧୀନ ନୁହେଁ ।
ସେ ଆହୁରୀ ମଧ୍ୟ କହିଛନ୍ତି କି , ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏନ୍ତୋନିୟୋ ଗୁତାରେସ ବିସ ଏହି ମାମଲାରେ ସ୍ପଷ୍ଟ ଅଛନ୍ତି । ସେ କହିଥିଲେ କି ଏହି ପ୍ରସଙ୍ଗ ଭାରତ ଏବଂ ପାକିସ୍ତାନର ସିମଲା ଏବଂ ଲାହୋର ଘୋଷଣା ପତ୍ର ଅନୁଯାୟୀ ଦ୍ୱିପାକ୍ଷୀୟ ଆଧାରରେ ସମାଧାନ କରିବା ଉଚିତ୍ ।
ଏହା ଏଭଳି ଏକ ପ୍ରସଙ୍ଗ ଯାହାକୁ ତୃତୀୟ ପକ୍ଷର ସାହାଯ୍ୟ ଦ୍ୱାରା ସମାଧନ କରାଯାଇ ପାରିବ ନାହିଁ । ଏନେଇ ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରି ଦେଇଛନ୍ତି ।
ସବୁଠାରୁ ବଡ କଥା ହେଉଛି ଜୁଲାଇ ୨୨ ହ୍ୱାଇଟ ହାଉସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ସହିତ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଚମକାଇ ଦେଇଥିଲେ । ସେ କହିଥିଲେ କି କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କହିଥିଲେ । କିନ୍ତୁ ପରବର୍ତ୍ତି ମୁହୁର୍ତ୍ତରେ ଟ୍ରମ୍ପଙ୍କ ଏହି ବୟାନକୁ ଭାରତ ଖାରଜ କରିଥିଲା ।