ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଇରାନକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ଯେରି ପୁର୍ନବାର ଆକ୍ରମଣ କରିବାର ଭୁଲ୍ ନକରୁ ନାଚେତ୍ ଆମେରିକା ଦ୍ୱାରା କଡା ଜବାବ ଦିଆଯିବ । ଟ୍ରମ୍ପ କହିଛନ୍ତି କି, ଯଦି ଇରାନ୍ ଆକ୍ରମଣ କରେ ତେବେ ତା ଉପରେ ଏଭଳି ଆକ୍ରମଣ ହେବ ଯାହାକୁ ସେ କେବେ ଭାବିନଥିବ ।
ଟ୍ରମ୍ପ ଟ୍ୱିଟ୍ କହିଛନ୍ତି କି, ସେ ଆମ ଉପରେ ଆକ୍ରମଣ କଲେ ଏବଂ ଆମେ ତାର ଜବାବ ଆକମ୍ରଣରେ ଦେଇଛୁ । ଯଦି ସେ ପୁର୍ନବାର ଆକ୍ରମଣ କରିବାକୁ ଚାହୁଁଛନ୍ତି, ତେବେ ମୁଁ ତାଙ୍କୁ ଉପଦେଶ ଦେଉଛି କି ସେ ଆକ୍ରମଣ ନକରନ୍ତୁ , ନଚେତ୍ ଇରାନ୍ ଉପରେ ଆମେ ଏଭଳି ଆକ୍ରମଣ କରିବୁ ଯାହାକୁ ସେ ବିଲକୁଲ୍ ସାମ୍ନା କରି ପାରିବ ନାହିଁ ।