ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ, ସାରା ବିଶ୍ୱର ନଜର ଏବେ ଆମେରିକା ଉପରେ ।
ଆମେରିକାର ରାଜନୈତିକ ପରମ୍ପରା ଅନୁଯାଇ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଶାୟୀ ପାର୍ଥୀଙ୍କର ଏକ ପ୍ରାଇମେରି ଇଲେକ୍ସନ କରାଯାଏ । ଚଳିତ ବର୍ଷ ମଧ୍ୟ ସମାନ ଢଙ୍ଗରେ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରାଇମେରି ଇଲେକ୍ସନ ହୋଇଛି ।
ଆମେରିକାର ରିପବ୍ଳିକାନ ପାର୍ଟି ତରଫରୁ ରାଷ୍ଟ୍ରପତି ପଦ ପାଇଁ ଏଥର ମଧ୍ୟ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନିର୍ବାଚନ ଲଢିବେ ।
ଏଥିପାଇଁ କାଲି କାର୍ଲିଫର୍ନିଆରେ ହୋଇଥିବା ପ୍ରାଇମେରି ଇଲେକ୍ସନରେ ଟ୍ରମ୍ଫ ପୁଣି ଥରେ ନିଜ ଦେଶ ବାସୀଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଛନ୍ତି ।
ଆମେରିକାରେ ରାଜନୀତିରେ ଏହି ପ୍ରାଇମେରି ଇଲେକ୍ସନର ବହୁତ ବଡ ଭୂମିକା ରହିଆସିଛି । ଏହାକୁ ନିର୍ବାଚନର ପ୍ରଥମ ପାହାଚ ବୋଲି ମଧ୍ୟ କୁହାଯାଏ । ପ୍ରାଇମେରି ଇଲେକ୍ସନ ଜିତିବା ପରେ ହିଁ ଜଣେ ଆଶାୟୀ ପାର୍ଥୀ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲଢି ପାରିବେ ।