ଟୋକିଓ (ଏଟିଆର ବ୍ୟୁରୋ): ଜାପାନର ଉତ୍ତର ଦ୍ୱୀପ ହୋକାଇଡୋରେ ଗୁରୁବାର ସକାଳେ ଶକ୍ତିଶାଳୀ ଭୂମିକମ୍ଫ ସୃଷ୍ଟି ହୋଇଥିବା ଏକ ସରକାରୀ ଗଣମଧ୍ୟମରୁ ଜଣାପଡିଛି । ଭୂମିକମ୍ଫ ଯୋଗୁଁ ଭୁସ୍ଖଳନ ହୋଇ ୧୨୦ ଜଣ ଲୋକ ଆହତ ହେବା ସହିତ ୧୯ ଜଣ ନିଖୋଜ ଅଛନ୍ତି ।
ଭୁମିକମ୍ଫରେ ରିକ୍ଟର ସେଲର ତୀବ୍ରତା ୬.୭ ଥିବା ଜଣାପଡିଛି । ହୋକାଇଡୋ ରେ ବିଦ୍ୟୁତ୍ କମ୍ପାନୀ ପକ୍ଷରୁ ସମସ୍ତ ବିଦ୍ୟୁତ ଯୋଗାଣ ବନ୍ଦ କରିଦିଆଯାଇଛି । ଏହାସହିତ ଟ୍ରେନ ଏବଂ ବିମାନ ଚଳାଚଳ ଠପ ହୋଇଯାଇଛି ।
ଜାପାନର ବ୍ୟାପାର ମନ୍ତ୍ରୀ ହିରୋସିଗେ ସିକୋଙ୍କ କହିବାନୁଯାୟୀ,ବିଦ୍ୟୁତ୍ କମ୍ଫାନୀ ଖୁବ୍ ଶୀଘ୍ର ହୋକାଇଡୋରେ ବିଦ୍ୟୁତ୍ ଯୋଗାଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।