ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସିଏଏକୁ ବିରୋଧ କରି ୟୁରୋପ ୟୁନିୟନରେ ହେବାକୁ ଥିବା ଭୋଟିଂ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଘୁଞ୍ଚିଲ । ଯାହାଫଳରେ ଭାରତ ସିଏଏକୁ ନେଇ ଟିକେ ଆସ୍ୱସ୍ତ ହୋଇଛି । ୟୁରୋପୀୟ ୟୁନିୟନ ସଂସଦ ଅନୁସାରେ ସିଏଏକୁ ନେଇ ମାର୍ଚ୍ଚ ୨ ଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ଭୋଟିଂ ହେବ । କୁହାଯାଉଛି ଗତ କିଛିଦିନ ହେଲା ଭାରତ ସରକାର ବ୍ରସେଲ୍ସରେ ନିଜର କୂଟନୀତିକ ଶକ୍ତିକୁ ବଢ଼ାଇବାରେ ଲାଗିଥିଲେ। ଭାରତ ବ୍ରସେଲ୍ସ ସମେତ ୟୁରୋପିଆନ ୟୁନିଅନରେ ମଧ୍ୟ ନିଜ କୂଟନୀତିକ ରଣନୀତିକୁ ଅଧିକ ସୁଦୃଢ଼ କରିଥିଲା। ଯେଉଁଥିପାଇଁ ଭାରତକୁ ଏଭଳି ଆଶ୍ୱସ୍ତି ମିଳିଛି।
ଅନ୍ୟପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରେସଲ୍ସରେ ହେବାକୁ ଥିବା ଦ୍ୱିପାକ୍ଷୀକ ସମ୍ମିଳନୀରେ ଯୋଗଦେବାକୁ ଥିବାରୁ ପୂର୍ବରୁ କୌଣସି ଅସୁବିଧା ନ ହେଉ । ଏହାକୁ ଲକ୍ଷ୍ୟ କରି ଭୋଟିଂ ଘୁଞ୍ଚାଯାଇଥିବା କୁହାଯାଉଛି । ସୂତ୍ର ଅନୁସାରେ ଆସନ୍ତା ମାର୍ଚ୍ଚ ୩୦ ଓ ୩୧ ରେ ଏହା ଉପରେ ଭୋଟିଂ ହୋଇପାରେ । ସିଏଏ ବିରୋଧରେ ୟୁରୋପ ୟୁନିୟନରେ ଭୋଟିଂ ଓ ତର୍କ ପାଇଁ ପ୍ରସ୍ଥାବ ଆଗତ ହୋଇଥିଲା । ମାତ୍ର ଏହାକୁ ଭାରତ ପକ୍ଷରୁ ବିରେଶଦ କରାଯାଉଥିଲା । ଏହା ସଂମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଭାରତ ଦାବି ଉପସ୍ଥାପନା କରି ଆସୁଛି । ୟୁରୋପିଆନ ସଂସଦରେ ଥିବା ପାକିସ୍ତାନ ଜନ୍ମିତ ଶପକ ମହମ୍ମଦ ହିଁ ସିଏଏ ବିରୋଧରେ ଭୋଟିଂ କରିବାକୁ ପ୍ରସ୍ତାବ ଆଗତ କରିଛି।