ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗତ ସପ୍ତାହରେ ମୋଦି ଆମେରିକା ଗସ୍ତରେ ରହିଥିଲେ । ଏହି ସମୟ ମଧ୍ୟରେ ଆମେରିକାର ହ୍ୟୁଷ୍ଟନ ସହରରେ ହାଓଡି ମୋଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁ କାର୍ଯ୍ୟକ୍ରରେ ପାଖାପାଖି ପ୍ରବାସୀ ଭାରତୀୟଙ୍କ ସମେତ ଆମେରିକାର ୫୦ ହଜାରରୁ ଅଧିକ ଲୋକ ଯୋଗଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ଏକ ଭାଷଣକୁ ନେଇ ସେଠାରେ ବିବାଦ ଦେଖିବାକୁ ମିଳିଛି ମୋଦି ସେଠାରେ ଆୱାନ ଦେଇଥିଲେ “ଅବକି ବାର ଟ୍ରମ୍ଫ ସରକାର’’ ନାରା ଦେଇଥିଲେ ।
ଆମେରିକାରେ ମୋଦି ଦେଇଥିବା ଏହି ଭାଷଣକୁ ନେଇ ଭାରତରେ ବିରୋଧୀ ବିରୋଧ କରିଛନ୍ତିି । ତେବେ ଏହାକୁ ନେଇ ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣକୁ ଅନ୍ୟ ଅର୍ଥରେ ନେବା ଠିକ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ମୋଦି ଦେଇଥିବା ନାରାର ଅର୍ଥ ଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ନିର୍ବାଚନ ପ୍ରଚାର ବେଳେ ସେଠାରେ ଥିବା ପ୍ରବାସୀ ଭାରତୀୟ ମାନଙ୍କ ସହିତ ସମ୍ପର୍କ ମଜବୁତ କରିବା ପାଇଁ ଏମିତି ଏକ ନାରା ଦିଆଯାଉଥିଲା ।