ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) : ଫେସବୁକକୁ ନେଇ ସନସନି । ଯେତେ ଚେଷ୍ଟା କଲେ ବି ହେଉନି ଲଗ୍ଇନ୍ । ଆପେଆପେ ହୋଇଯାଉଛି ଲଗ୍ଆଉଟ୍ । ଏରର୍ ର କାରଣ ନା ଆପଣ ଜାଣିଛନ୍ତି ନା ଆମେ । ତଥାପି ସମସ୍ତେ ଭୋଗୁଛନ୍ତି ସମାନ ଅବସ୍ଥା । ରାମ ଶ୍ୟାମ ଦାମଙ୍କ ଭଳି ଯଦି ଆପଣଙ୍କ ଫେସବୁକ୍ ହୋଇଯାଉଛି ଲଗ୍ଆଉଟ୍ ଜାଣନ୍ତୁ କଣ ହୋଇପାରେ କାରଣ ।
ଗତକାଲି ସନ୍ଧ୍ୟା ୭ଟାରୁ ଦୀର୍ଘ ସମୟ ଯାଏ ହଠାତ ଫେସବୁକ ଲଗଆଉଟ ହୋଇ ଯାଉଥିବା ଖବର ଅନେକଙ୍କୁ ବିଚଳିତ କରି ପକାଇଥିଲା । କିଏ ମୋବାଇଲରେ ତ ଆଉ କିଏ ସିଷ୍ଟମରେ ଲଗଇନ କରିବାକୁ ଚାହିଁଥିଲେ ବି ଲଗଇନ ହୋଇ ପାରୁ ନଥିଲା । ୟଖାଲି ଭାରତ କାହିଁକି ଭାରତ ବାହାରେ ବି ଫେସବୁକ ବ୍ୟବହାରକାରୀମାନଙ୍କ ସହ ଏମିତି କିଛି ଘଟୁଥିଲା । ଏହାକୁ ନେଇ ଟୁଇଟରେ ଟ୍ରେଣ୍ଡ କରିଥିଲା ଫେସବୁକ ସଟ୍ ଡାଉନ । କୁହାଯାଉଛି କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଏମିତି ହେଉଥିଲା । ଯାହା ପରେ ଆପେ ଆପେ ଠିକ ହୋଇ ଯାଇଥିଲା ।
ଗତକାଲି ପ୍ରାୟ ସଂଧ୍ୟା ୭ଟାରୁ ଏମିତି ଚାଲିଥିଲା । ଯାହା ଫେସବୁକ ୟୁଜରଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଆପଣମାନେ ଜାଣିଥିବେ, ଯେବେଠୁ ଲୋକଙ୍କ ଜୀବନରେ ଫେସବୁକ ଆସିଛି, ସେବେଠୁ ଫେସବୁକ ପ୍ରତି ସମସ୍ତଙ୍କ ଦୁର୍ବଳତା ଆସି ଯାଇଛି । ମୋଟାମୋଟି କହିବାକୁ ଗଲେ, ଫେସବୁକ ଲୋକଙ୍କ ସାଧାରଣ ଜୀବନର ଗୋଟିଏ ଅଂଶ ପାଲଟି ଯାଇଛି । ତେବେ ଗତକାଲି ହଠାତ ଏମିତି ସଟ ଡାଉନ ହେବାକୁ ନେଇ ହୁଏତ ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ଅନେକ ଭାବିଥିଲେ । ତେବେ ବିଭିନ୍ନ ସ୍ଥାନରୁ ସମାନ ଅଭିଯୋଗ ଆସିବା ପରେ ଏହାକୁ ଟେକନିକାଲ ଫଲ୍ଟ ବୋଲି କୁହାଯାଇଛି । ଏନେଇ ଫେସବୁକ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
https://twitter.com/LuciiNa/status/1070309435472601088
I can’t login my Account ..!!! #facebook #facebookdown #serverdown pic.twitter.com/KaGv9Jfm2P
— Ali Haider (@aleefactor) December 5, 2018
I was logged out of Facebook and I can't log back in.
Anyone else has the same issue ? #RT if it also happens you#facebookdown #Facebook pic.twitter.com/vSo3Xzl23F— Sanjana Sharma (@sanjana_SharmaS) December 5, 2018