ନୂଆଦିଲ୍ଲୀ (ଏଟିଆର ବ୍ୟୁୁରୋ): ଏବେ ପକିସ୍ତାନରେ ରହୁଥିବା ହିନ୍ଦୁ ମାନଙ୍କ ଶବଦାହ ଏକ ପ୍ର୍ରକାର ମହଙ୍ଗା ହୋଇ ଯାଇଛି । ସମଝୈଡା ଏକ୍ସପ୍ରେସ ବାତିଲ ହେବା ପରେ ଏବେ ପାକିସ୍ତାନରେ ରହୁଥିବା ହିନ୍ଦୁମାନେ ଏମିତି କିଛି ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ହିନ୍ଦୁମାନେ ଏବେ ନାଚାର ହୋଇ ଶବ ଗଗୁଡିକୁ ପୋତି ଦେଉଥିବାର ଦେଖିବାକୁ ମିଳିଛି । ସେଠାରେ ଏବେ ହିନ୍ଦୁମାନେ ଶବ ଗୁଡିକୁ କରାଚୀର ବିଭିନ୍ନ ମନ୍ଦିରରେ ରଖିଛନ୍ତି । କେବଳ ଭାରତ ଆଣି ଏଠାରେ ଗଙ୍ଗାରେ ବିସର୍ଜନ କରିବାକୁ ସାଇତି ରଖିଛନ୍ତି ପାକିସ୍ତାନୀ ହିନ୍ଦୁ ।
ସୂଚନାଯୋଗ୍ୟ ପୂର୍ବରୁ ପାକିସ୍ତାନର ହିନ୍ଦୁମାନେ ସମଝୌତା ଏକ୍ସପ୍ରେସ ଦ୍ୱାରା ଦିଲ୍ଲୀ ପହଞ୍ଚୁଥିଲେ । ଲେଠାରୁ ରେଲଗାଡ଼ିରେ ହରିଦ୍ୱାର ପହଞ୍ଚି ନିଜର ପ୍ରିୟଜନଙ୍କ ଅସ୍ଥିକୁ ଗଙ୍ଗାରେ ବସର୍ଜନ କରୁଥିଲେ । ମାତ୍ର ଏବେ ଏହି ଏକ୍ସପ୍ରେସ ବନ୍ଦ ରହିଥିବାରୁ ସେଠାକାର ହିନ୍ଦୁ ଏବେ ଭାରତ ଆସିବା ପାଇଁ ଭିସା ପାଇଁ ଚକ୍କର କାଟୁଛନ୍ତି । ସେଠାରେ ଏବେ ଜଣେ ହିନ୍ଦୁଙ୍କ ଶବଦାହ କରିବା ପାଇଁ ୨୦ ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଅନ୍ୟପଟେ ସେଠାରେ ହିନ୍ଦୁ ମାନଙ୍କର ଏହି ସମସ୍ୟାକୁ ଜାଣିଜାଣି ଅଣଦେଖା କରୁଛନ୍ତି ଇମ୍ରାନ ସରକାର ବୋଲି ସେଠାକାର ହିନ୍ଦୁମାନେ ଅଭିଯୋଗ କରୁଛନ୍ତି ।