ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଗାତର ଭାବେ କରୋନା ସଂକ୍ରମଣ ବ୍ୟାପୁଥିବାର ଦେଖି କର୍ମଚାରୀଙ୍କ ପାଇଁ ଗୁଗଲ ଏକ ପଦକ୍ଷେପ ଗ୍ରହଣ କରିଛି । ଏଣିକି ଭାରତ ସମେତ ସାରା ବିଶ୍ୱରେ ଥିବା ଗୁଗଲ କର୍ମଚାରୀ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଘରେ ବସି କାମ କରିବେ ବୋଲି ଏଭଳି ନିଷ୍ପତି ନେଇଛି ଗୁଗଲ । ଗୁଗଲ ଏବଂ ତାର ମାତୃତ୍ୱ କମ୍ପାନୀ ଆଲ୍ଫାବେଟ ଇଙ୍କର ବିଶ୍ୱରେ ପ୍ରାୟତଃ ଦୁଇ ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ଏଥିରେ ଭାରତର ପାଖାପାଖି ୫ ହଜାର କର୍ମଚାରୀ ସାମିଲ ଅଛନ୍ତି ।
ଗୁଗଲ ସିଇଓ ସୁନ୍ଦର ପିଚାଇ ଏନେଇ ଏକ ଇମେଲ ଜାରି କରି କହିଛନ୍ତି କି, କର୍ମଚାରୀଙ୍କୁ ଆଗାମୀ ଯୋଜନା ପ୍ରସ୍ତୁତ ପାଇଁ ମଉକ ଦେବା ସହ ସାରା ବିଶ୍ୱରେ ଥିବା କର୍ମଚାରୀଙ୍କୁ ଘରେ ବସି କାମ କରିବାର ବିକଳ୍ପ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଣିକି କର୍ମଚାରୀ ମାନଙ୍କୁ ଅଫିସ୍ ଆସିବ ଆବଶ୍ୟକ ନାହିଁ ।