ଦୁନିଆର ସବୁଠାରୁ ଇଣ୍ଟରନେଟ ସେବା ଯୋଗାଉ ଥିବା ଗୁଗୁଲର ଆଜି ଜନ୍ମଦିନ । ଆଜି ଗୁଗଲ ୨୧ ବର୍ଷରେ ପଦାର୍ପଣ କରିଛି । ଆଜି ନିଜର ଜନ୍ମଦିନକୁ ୱିସ କରିବା ପାଇଁ ଗୁଗଲ ନିଜ ଡୁଡଲ ବନାଇଛି । ତେବେ ଆଜି ଗୁଗଲର ଜନ୍ମଦିନରେ ଜାଣିବା ଗୁଗଲ ବିଷୟରେ କିଛି ଅଜଣା କଥା-
ପ୍ରାୟ ଦୁନିଆର ଅନେକ ଲୋକ ଜାଣିଛନ୍ତି ଗୁଗଲକୁ ୨ ଜଣ ଲାରିପେଜ ଏବଂ ସର୍ଜି ବ୍ରିନ ଆରମ୍ଭ କରିଥିଲେ । ଦୁଇଜଣ ବ୍ୟକ୍ତି ଚିନ୍ତା କରି ଗୁଗଲର ନିର୍ମାଣ କରିଥିଲେ । ମାତ୍ର ଏହି ଭିତରେ ଆଉ ଜଣଙ୍କର ମଧ୍ୟ ଗୁଗଲ ଆରମ୍ଭ ହେବାରେ ବହୁତ ଅବଦାନ ରହିଛି । ୧୯୯୬ ମସିହାରେ ଗୁଗଲ ଗୋଟେ ରିସର୍ଚ୍ଚ ପ୍ରେଜେକ୍ଟ ଭାବେ ଆରମ୍ଭ ହୋଇଥିଲା । ଲାରିପେଜ ଏବଂ ସର୍ଜି ବ୍ରିନ ଏହି ପ୍ରୋଜେକ୍ଟକୁ ଆରମ୍ଭ କରିଥିଲେ । ଯେଉଁ ଦୁଇ ଜଣଙ୍କୁ ଗୁଗଲର ଫାଉଣ୍ଡର ଭାବେ ଆମେ ସମସ୍ତେ ଜାଣୁ ।
ମାତ୍ର ଏହି ଦୁଇଜଣଙ୍କ ସହିତ ଆଉ ଜଣେ ଯୁବକ ମଧ୍ୟ ରହିଥିଲେ । ସେ ହେଉଛନ୍ତି ସ୍କଟ ହସନ । ଏହି ତିନିଜଣ ପିଏଚଡିର ଛାତ୍ର ଥିଲେ । ସ୍କଟ ଥିଲେ ଏହି ରିସର୍ଚ୍ଚ ପ୍ରୋଜେକ୍ଟରର ଲିଡ ପ୍ରୋଗ୍ରାମର । ଯାହାଙ୍କ ପାଇଁ ଗୁଗଲ ଆଜି ସର୍ଚ୍ଚ ଇଞ୍ଜିନ । ୧୯୯୮ ମସିହାରେ ଏକ କମ୍ପାନୀ ଭାବେ ପ୍ରୋଜେକ୍ଟର କାମ ତ୍ୱରାନୀତ ହେଲା । ମାତ୍ର ରିସର୍ଚ୍ଚ ପ୍ରୋଜେକ୍ଟ ପୁରା ହେବା ପୂର୍ବରୁ ଏହି ପୋଜେକ୍ଟରୁ ବାହାରି ଯାଇଥିଲେ ସ୍କଟ ।
କାରଣ ସ୍କଟ ଚାହୁଥିଲେ ରୋବଟିକ୍ସରେ ନିଜର କ୍ୟାରିଅର କରିବାକୁ । ପରେ ୨୦୦୬ ମସିହାରେ ଏକ କମ୍ପାନୀ ଆରମ୍ଭ କରିଥିଲେ । ସୂଚନାଯୋଗ୍ୟ ଗୁଗଲର ନାମ ୧୫ ସେପ୍ଟେମ୍ବର ୧୯୯୭ ରେ ରେଜିଷ୍ଟର କରାଯାଇଥିଲା ଏବଂ ଏହା ୧୯୯୮ ମସିହାରେ ଏକ କମ୍ପାନୀର ମନ୍ୟତା ପାଇଲା । ଫାଉଣ୍ଡର ଲାରିପେଜ ଏବଂ ସର୍ଜି ବ୍ରିନ ଏକ ଗ୍ୟାରେଜରେ ଗୁଗୁଲର କାମ ଆରମ୍ଭ କରିଥିଲେ ।