ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଏଥିରେ ବାଜି ମାରି ନେଇଛନ୍ତି ବିପକ୍ଷ ଦଳର ପ୍ରାର୍ଥୀ ଗୋଟାଭାୟା ରାଜପକ୍ଷ । ଶ୍ରୀଲଙ୍କାର ସତାରୁଢ ପାର୍ଟିର ପ୍ରାର୍ଥୀ ସଜିତ ପ୍ରେମଦାସକଙ୍କୁ ଅନେକ ଭୋଟରେ ସେ ହରାଇଛନ୍ତି । ଏହାପରେ ଗୋଟାଭାୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମୋଦି ଟ୍ୱିଟ୍ କରି କହିଛନ୍ତି କି , ଗୋଟାଭାୟା ଆପଣଙ୍କୁ ରାଷ୍ଟ୍ରପତି ନିର୍ବାଚନର ବିଜୟୀ ପାଇଁ ଶୁଭେଚ୍ଛା । ଆମ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ଥିବା ଘନିଷ୍ଠତା ତଥା ଭାଇଚାରାର ସମ୍ବନ୍ଧକୁ ମଜବୁତ କରିବା ଏବଂ ଶାନ୍ତି, ସମୃଦ୍ଧ, ସୁରକ୍ଷା ପାଇଁ ମୁଁ ଆପଣଙ୍କ ସହ ମିଶି କାମ କରିବାକୁ ଆଶା ରଖୁଛି ।
Congratulations @GotabayaR on your victory in the Presidential elections.
I look forward to working closely with you for deepening the close and fraternal ties between our two countries and citizens, and for peace, prosperity as well as security in our region.
— Narendra Modi (@narendramodi) November 17, 2019
ଅପରପକ୍ଷେ ଶ୍ରୀଲଙ୍କାର ସତାରୁଢ ପାର୍ଟିର ପ୍ରାର୍ଥୀ ସଜିତ ପ୍ରେମଦାସ ତାଙ୍କ ହାରିବାକୁ ସ୍ୱୀକାର କରିଛନ୍ତି ଏବଂ ପ୍ରତିଦ୍ୱନ୍ଦୀ ତଥା ଗୋଟାଭାୟା ରାଜପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।