ନୂଆଦିଲ୍ଲୀ (ଏଟିଆର ): ଏବେ ଦେଶର ରକ୍ଷା କ୍ଷେତ୍ରରେ ଅଟୋମେଟିକ ରୁଟ ମାଧ୍ୟମରେ ୭୪ ପ୍ରତିଶତ ନିବେଶ କରିପାରିବେ ବିଦେଶୀ କମ୍ପାନୀ । ଏନେଇ ଗୁରୁବାର ଉଦ୍ୟୋଗ ଏବଂ ବ୍ୟାପାର ବିଭାଗ (ଡିପିଆଇଆଇଟି) ପକ୍ଷରୁ ୭୪ ପ୍ରତିଶତ ଏଫଡିଆଇ ର ସୂଚନା ଜାରି କରଯାଇଛି ।
ଡିପିଆଇଆଇଟି ପକ୍ଷରୁ କୁହାଯାଇଛି କି ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର କୌଣସି ବି ବିଦେଶୀ ନିବେଶ ର ତଦନ୍ତ କରିବା ଏବଂ ତାକୁ ଖାରଜ କରିବାର ଅଧିକାର ରଖିବେ । ଏଫଡିଆଇ ର ବର୍ତ୍ତମାନର ନିଅମାନୁଯାୟୀ ରକ୍ଷା କ୍ଷେତ୍ରରେ ୧୦୦ପ୍ରତିଶତ ନିବେଶର ଅନୁମତି ରହିଛି , କିନ୍ତୁ ଅଟୋମେଟିକ ରୁଟ ମାଧ୍ୟମରେ କେବଳ ୪୯ ପ୍ରତିଶତ ନିବେଶ କରାଯାଇପାରିବ । ଏହାଠାରୁ ଅଧିକ ନିବେଶ ପାଇଁ ସରକାରଙ୍କର ଅନୁମତି ନେବାକୁ ପଡିବ ।
ନୂତନ ନିଅମାନୁସାରେ ବିଦେଶୀ କମ୍ପାନୀ ଗୁଡିକ ବିନା ଅନୁମତିରେ ୭୪ ପ୍ରତିଶତ ପର୍ଯ୍ୟନ୍ତ ନିବେଶ କରିପାରିବେ ଏବଂ ଏହାଠାରୁ ଅଧିକ ନିବେଶ ପାଇଁ ସରକାରଙ୍କର ଅନୁମତି ନେବାକୁ ପଡିବ ।