ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନ୍ କୁ ଆଉ ଏକ ଝଟକା ଲାଗିପାରେ । ବହୁତ ଶୀଘ୍ର ବ୍ୟାନ ହେବାକୁ ଯାଉଛି ଚୀନ୍ ଆପ୍ସ । ଇଲୋକ୍ଟ୍ରନିକ୍ସ ଏବଂ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରାଳୟ ପକ୍ଷରୁ ଆହୁରି ଅନେକ ମୋବାଇଲ ଆପ୍ଲିକେସନ ବ୍ୟାନ କରିବାର ନିଷ୍ପତି ନିଆଯାଇଛି । ଏଥିରେ ଅଧିକତମ ଚୀନ୍ ଆପ୍ସ ରହିଛି ।
ଏନେଇ ଜଣେ ଅଧିକାରୀ କହିଛନ୍ତି କି, ହେଲୋ ଲାଇଟ୍, ସେୟାରଇଟ୍ ଲାଇଟ୍, ବିଗୋ ଲାଇଟ୍ ଏବଂ ଭିଏଫୱିଇ ଲାଇଟ୍ ଭଳି ଆପ୍ଲିକେସନକୁ ଗୁଗଲ ପ୍ଲେଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋରରୁ ହଟାଇ ଦିଆଯାଇଛି ।
ଗତମାସରେ ଭାରତ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ଯେଉଁଥିରେ ୫୯ ଚୀନ୍ ଆପକୁ ଭାରତରୁ ବ୍ୟାନ କରାଯାଇଥିଲା । ଭାରତ ଏବଂ ଚୀନ ମଧ୍ୟରେ ଗଲୱାନୀ ଘାଟିରେ ରକ୍ତାକ୍ତ ସଂଘର୍ଷ ପରେ ଏଭଳି କରିବାକୁ ବାଧ୍ୟ ହୋଇଥିଲା ଭାରତ । ଏଡି ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ ।
ଏମଇଆଇଟିୱାଇ ର ଅଧିକାରୀ କହିଛନ୍ତି କି, ଚୀନ୍ ଆପ୍ସ ଉପରେ ବ୍ୟାନ ପରେ ବି ଏହି ଭର୍ସନ ଜରିଆରେ ଆପ୍ସ କାମ କରୁଥିଲା ।ଏବେ ଏହାକୁ ସମ୍ପୂର୍ଣ୍ଣ ଆପ୍ଲିକେସନ ଷ୍ଟୋରରୁ ହଟାଇ ଦିଆଯାଇଛି ।