ନୂଆଦିଲ୍ଳୀ(ଏଟିଆର ବ୍ୟୁରୋ): ଚୀନରେ କରୋନା ଏଭଳି ଭାବରେ ବ୍ୟାପିଛି ଯେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ହସ୍ପିଟାଲର ଅଭାବ ଦେଖାଦେଇଛି । ଏନେଇ ଚୀନରେ ସବୁ ବଡ ବଡ ହୋଟେଲ ଓ ବଙ୍ଗଳା ଗୁଡିକରେ ରୋଗୀ ମାନଙ୍କର ଚିକିତ୍ସା କରାଯାଉଛି ।
ଗତ କାଲି ଚୀନରେ କରୋନା ରୋଗୀ ଚିକିତ୍ସିତ ହେଉଥିବା ଏକ ହୋଟେଲର ଛାତ ଖସି ପଡିଛି । ପ୍ରାୟ ୭୦ କରୋନା ରୋଗୀଙ୍କ ଉପରେ ଏହି ଛାତ ଖସି ପଡିଛି । ସେଥିମଧ୍ୟରୁ ୩୩ ଜଣଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି ।
ଫସି ରହିଥିବା ଆଉ ବାକି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଡଗ୍ ସ୍କ୍ୱାର୍ଡଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେ୍େଟା କରାଯାଉଛି ।
୮୦ କୋଠରୀ ବିଶିଷ୍ଟ ଏହି ହୋଟେଲରେ ବିଶେଷ ଭାବରେ କରୋନା ରୋଗୀଙ୍କ ଚିକିତ୍ସା କରାଯାଉଥିଲା । ତେବେ କାଲି ଏତେ ବଡ ଅଘଟଣ ଘଟିବା ପରେ ଘଟଣାସ୍ଥଳରେ ୧ହଜାର ଦମକଲ ବାହିନୀ ସହିତ ୧୪୭ ରେସ୍କ୍ୟୁ ଟିମ୍ ମଧ୍ୟ ନିୟୋଜିତ ଅଛନ୍ତି ।