ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦିନକୁ ଦିନ ହ୍ରାସ ପାଉଥିବା ଭାରତର ଅର୍ଥନୀତି କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଥିବା ବେଳେ ଆଜି ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଆକଳନ ସମସ୍ତଙ୍କୁ ଚମକାଇ ଦେଇଛି ।
ଆଇଏମଏଫ ଅନୁସାରେ ଚଳିତ ବର୍ଷ ଭାରତର ଅର୍ଥନୌତିକ ଅଭିବୃଦ୍ଧି ୪.୮ ପ୍ରତିଶତକୁ ଖସିବ । ପୁର୍ବରୁ ଆଇଏମଏଫ ଏହାର ଆକଳନରେ ଭାରତର ଅଭିବୃଦ୍ଧି ୬.୧ ପ୍ରତିଶତ ରହିବ ବୋଲି ଦର୍ଶାଇଥିଲା । ଆଇଏମଏଫର ଏହି ଆକଳନ ପୁର୍ବରୁ ଗତମାସରେ ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ଭାରତର ଅର୍ଥନୌତିକ ଅଭିବୃଦ୍ଧି ହ୍ରାସ ପାଇବ ବୋଲି କହିଥିଲେ ।
ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଆକଳନରେ ବିଶ୍ୱର ଅର୍ଥନୌତିକ ଅଭିବୃଦ୍ଧି ମଧ୍ୟ ହ୍ରାସ ପାଇବ ବୋଲି ଆଇଏମଏଫ ସୁଚନା ଦେଇଛି । ଚଳିତ ବର୍ଷ ବିଶ୍ୱର ଅଭିବୃଦ୍ଧି ୨.୯ ପ୍ରତିଶତକୁ କମିଯିବ ।
କେବଳ ଆଇଏମଏଫ ନୁହେଁ, ଜାତିସଂଘ ଠାରୁ ଆରମ୍ଭ କରି ଅନ୍ୟ ଘରୋଇ ଏବଂ ବିଦେଶୀ ସଂସ୍ଥା ମଧ୍ୟ ଭାରତର ଅଭିବୃଦ୍ଧି ହ୍ରାସ ପାଇବ ବୋଲି ପୁର୍ବରୁ ସତର୍କ କରାଇଛନ୍ତି ।